ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଏସ୍ ଓ ଜି, ବି ଏସ୍ ଏଫ୍ ଓ ଆନ୍ଧ୍ରର ଯବାନ ମିଳିତ ସର୍ଚ୍ଚ ଅପରେସନରେ ଜଣେ ମାଓ କମାଣ୍ଡରକୁ ନିପାତ କରାଯାଉଛି । ମୃତକ ହେଉଛି ପ୍ଲାଟୁନ୍ କମାଣ୍ଡର କିଶୋର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ଜଣେ ଆହତ ହୋଇଛି । ମୃତ ମାଓ କମାଣ୍ଡର ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଠ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଯନ୍ତ୍ରୀ ପଞ୍ଚାୟତ ଅଞ୍ଚଳରେ ମିଳିତ ବାହିନୀ ୨୩ ତାରିଖ ସନ୍ଧ୍ୟାରୁ ୭୨ ଘଣ୍ଟିଆ ସର୍ଚ୍ଚ ଅପରେସନ୍ ଚଳାଇଥିଲେ । ତୋଟାଗଡ଼ା ଗାଁ ନିକଟରେ ସର୍ଚ୍ଚ ଅପରେସନ ବେଳେ ଏଠାରେ ୧୨ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଥିବା ସୂଚନା ମିଳିଥିଲା । ଗୁରୁବାର ପୂର୍ବାହ୍ନ ୧୧ ଟାରେ ଦୁଇ ଜଣ ସଶସ୍ତ୍ର ମାଓବାଦୀ ଡଙ୍ଗା ଘାଟରେ ପାରି ହେବାକୁ ଉଦ୍ୟମ କରିବା ବେଳେ ଘାଟ ନିକଟରେ ପୋଲିସ ସର୍ଚ୍ଚ ଅପରେସନ ଚଳାଇଥିଲା । ଏହି ସମୟରେ ମାଓବାଦୀ ଓ ପୋଲିସ ବାହିନୀ ମୁହାଁମୁହିଁ ହୋଇଥିଲେ ଏବଂ ଉଭୟ ପକ୍ଷରୁ ଭୀଷଣ ଗୁଳି ବର୍ଷଣ ହୋଇଥିଲା । ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ଦୁଇ ମାଓବାଦୀ ପୋଲିସ ହାତରେ ଲାଗିଥିବା ବେଳେ ଅନ୍ୟ ୧୩ ଜଣ ଖସିଯିବାରେ ସଫଳ ହୋଇଥିଲେ । ତାଙ୍କ ଅନ୍ୟ ସହଯୋଗୀକୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି । କିଶୋର ଠାରୁ ଏକ ଏକେ-୪୭ ସହ ଦୁଇଟି ମାଗାଜିନ୍ ଜବତ କରାଯାଇଛି । ଦିନ ତମାମ ମାଓବାଦୀଙ୍କ ସହ ପୁଲିସ ବାହିନୀର ଛକାପଞ୍ଝା ଲାଗିରହିଥିଲା । ଯବାନମାନେ ପୁଲିସ୍ ମୁଖ୍ୟାଳୟ ଫେରିବା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି ମାଲକାନଗିର ଏସ୍ପି ଡି ରଷିକେଷ ଖୁଲାରି ସୂଚନା ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0