ବଡ଼ବିଲ: ୨୦ ଫୁଟ୍ ତଳକୁ ଖସିଲା ଲୁହାପଥର ବୋଝେଇ ଟ୍ରକ୍: ଚାଳକ ମୃତ, ଖଲାସୀ ଗୁରୁତର । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ କେପି ଖଣି ମୁଖ୍ୟ ଫାଟକ ନିକଟରେ ଆଜି ଏକ ଲୁହାପଥର ବୋଝେଇ ଟ୍ରକ୍ ୨୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭରଙ୍କ ନାମ ପ୍ରକାଶ ଜେନା (୨୯) ଏବଂ ତାଙ୍କ ଘର ଆନନ୍ଦପୁର ନିକଟସ୍ଥ ରେକୁଟିଆରେ ବୋଲି ଜଣାପଡ଼ିଛି। ଏହାଛଡ଼ା ଖଲାସୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ୧୪ ଚକିଆ ଟ୍ରକଟି ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଇଛି। ଟ୍ରକର ବ୍ରେକ୍ ଫେଲ୍ ହୋଇଯିବାରୁ ନିୟନ୍ତ୍ରଣ ବାହାରକୁ ଚାଲିଯାଇ ଏକ ସୁରକ୍ଷା ଆଉଟ ପୋଷ୍ଟକୁ ଧକ୍କା ଦେଇ ୨୦ ଫୁଟ ତଳକୁ ଖସି ପଡ଼ିଥିଲା। ଲୁହାଗୁଣ୍ଡ ତଳେ ଚାଳକ ଚାପି ହୋଇ ରହିଥିବା ଦେଖିବାକୁ ମିଳିଥିଲା।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0