spot_img

ଡିସେମ୍ବରରେ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ଭୁବନେଶ୍ୱର  : ଆସନ୍ତା ଡିସେମ୍ବର ୧ତାରିଖରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ ଓ ପାଠପଢ଼ା ସ୍ୱାଭାବିକ ହେବ। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି ହୋଇଛି। ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗାଇଡଲାଇନ ଉପରେ ବ୍ୟାପକ ବିଚାରବିମର୍ଶ କରିବା ପରେ ରାଜ୍ୟ ସରକାର ସମସ୍ତ ମେଡିକାଲ କଲେଜକୁ ଆସନ୍ତା ୧ତାରିଖରୁ ଖୋଲିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ କଲେଜ କର୍ତ୍ତୃପକ୍ଷମାନେ କଡ଼ାକଡ଼ି ଭାବେ କୋଭିଡ୍ ଗାଇଡଲାଇନକୁ ପାଳନ କରିବେ। ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ସହ ମହାମାରୀ ସଂକ୍ରମଣକୁ ରୋକିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରାମର୍ଶକୁ ପାଳନ କରିବାକୁ କୁହାଯାଇଛି।

ନ୍ୟାସନାଲ ମେଡିକାଲ କାଉନସିଲ ପକ୍ଷରୁ ଜାରି ହୋଇଥିବା ପରାମର୍ଶକୁ ମଧ୍ୟ ସମସ୍ତ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ସମସ୍ତ ମେଡିକାଲ କଲେଜରେ ପାଠପଢ଼ାକୁ ବନ୍ଦ କରିଥିଲେ। ତେବେ ପାଠ୍ୟକ୍ରମ ପ୍ରଭାବିତ ହେଉଥିବାରୁ କେନ୍ଦ୍ର ସରକାରଙ୍କ ପରାମର୍ଶରେ ପୁଣିଥରେ ମେଡିକାଲ କଲେଜଗୁଡ଼ିକରେ ସ୍ୱାଭାବିକ ପାଠପଢ଼ା ସ୍ୱାଭାବିକ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଏବେ ୭ଟି ସରକାରୀ ମେଡିକାଲ କଲେଜ ସମେତ ୩ଟି ବେସରକାରୀ ମେଡିକାଲ କଲେଜ ରହିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular