ଢେଙ୍କାନାଳ: ହାତି ଉପଦ୍ରବରେ ଟାୟାର ଜାଳି ଲୋକଙ୍କ ରାସ୍ତା ରୋକ । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଭାଲୁମୁଣ୍ଡା-ସାଆନ୍ଦା ରାସ୍ତାରେ ଏକ ଦନ୍ତା ହାତୀର ଉଗ୍ରରୂପ ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକେ ଭୟଭୀତ ରହିଛନ୍ତି। ଆଜି ସକାଳୁ ସକାଳୁ ଦୁଇଟା ବାଇକ ଚାଳକଙ୍କ ଉପରେ ଦନ୍ତା ଆକ୍ରମଣ କରିଛି। ଘଟଣାରେ ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଉପଦ୍ରବର ପ୍ରତିବାଦରେ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ସୂଚନାରୁ ଜଣାପଡ଼ିଛି ଏକ ହାତୀ ଦଳ ସଂଘବଦ୍ଧ ହୋଇ ଗାଁରୁ ଗାଁକୁ ଘୁରି ବୁଲୁଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ଦନ୍ତା ହାତୀ ଲୋକଙ୍କ ଉପରେ ଆକ୍ରମଣ କରୁଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0