spot_img

ଇଷ୍ଟବେଙ୍ଗଲକୁ ହରାଇଲେ ଏଟିକେ ମୋହନବାଗାନ

ଗୋଆ: ଇଣ୍ଡିଆନ ସୁପରଲିଗର ବହୁ ପ୍ରତୀକ୍ଷିତ ଇଷ୍ଟବେଙ୍ଗଲ ଓ ଏଟିକେ ମୋହନବାଗାନ ଦଳ ମଧ୍ୟରେ କଡା ଟକ୍କର ହୋଇଥିଲା । ଏହି ମ୍ୟାଚରେ ୨-୦ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି ଏଟିକେ ମୋହନବାଗାନ । ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବାପରେ ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଖେଳ ଉତ୍ତେଜନାପୂର୍ଣ୍ଣ ରହିଥିଲା । ୪୯ତମ ମିନିଟରେ କ୍ରିଷ୍ଣା ଚମକ୍ରାର ଢଙ୍ଗରେ ଏକ ଗୋଲ ଦେଇ ଏଟିକେ ମୋହନବାଗାନକୁ ଅଗ୍ରଣୀ କରାଇଥିଲେ । ତେବେ ଏହାର ଜବାବରେ ଜୋରଦାର ଉଦ୍ୟମ କରିବା ସର୍ତ୍ତେ ବିଫଳ ହୋଇଥିଲା ଇଷ୍ଟବେଙ୍ଗଲ । ଅନ୍ୟପଟେ ୮୫ତମ ମିନିଟରେ ମନଭୀର ଆଉ ଏକ ଗୋଲ ଦେଇ ଏଟିକେ ମୋହନବାଗାନକୁ ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ । ଯାହାଫଳରେ ଏଟିକେ ମୋହନବାଗାନର ବିଜୟ ନିଶ୍ଚିତ ହୋଇ ଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular