ସମ୍ବଲପୁର: ଜିପ୍ ଧକ୍କାରେ ଚାଲିଗଲା ୮ ବର୍ଷର ନାବାଳିକାଙ୍କ ଜୀବନ । ଏହାକୁ ନେଇ ଉତ୍ୟକ୍ତ ଲୋକେ ଅତିଷ୍ଠ ହୋଇ ଟାଉନ୍ ଥାନାକୁ ଘେରାଉ କରିଛନ୍ତି । ୮ ବର୍ଷର ନାବାଳକର ମୃତ୍ୟୁକୁ ନେଇ ସମ୍ବଲପୁର ସହରରେ ଉତ୍ତେଜନା ଦେଖିବାକୁ ମିଳିଛି। ସମ୍ବଲପୁର ସହରର ଲକ୍ଷ୍ମୀ ଟକିଜ୍ ଛକ ନିକଟରେ ସାହୁ କଲୋନିର ୮ ବର୍ଷର ନାବାଳକ ସାହିଲ କୁମାର ନିଜ କକାଙ୍କ ସହ ଠିଆ ହୋଇଥିଲେ। ଏହି ସମୟରେ ଏକ ଜିପ୍ ସାହିଲଙ୍କୁ ଧକ୍କା ଦେଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ ସାହିଲ କୁମାର। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସାହୁ କଲୋନିର ଲୋକେ ଉତ୍ୟକ୍ତ ହୋଇ ମୃତକର ପରିବାରକୁ କ୍ଷତିପୂରଣ ଦାବିରେ ଟାଉନ୍ ଥାନା ଘେରାଉ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ସେପଟେ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଅଇଁଠାପାଲିର ସୁଶାନ୍ତ ଆଚାର୍ୟ୍ୟଙ୍କର ବୋଲି ଜଣାଯାଇଛି।
।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0