spot_img

ଫିଫାରେ ପ୍ରଥମ ସ୍ଥାନରେ ରହିଛି ବେଲଜିୟମ

ଜୁରିଚ: ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା ଫିଫା ତରଫରୁ ୨୦୨୦ ବର୍ଷର ଫାଇନାଲ ର୍ୟାକିଙ୍ଗରେ ପ୍ରଥମ ସ୍ଥାନରେ ରହିଛି ବେଲଜିୟମ । ଏହି ତାଲିକାକୁ ଭିତ୍ତି କରି ୟୁରୋପ ଅଞ୍ଚଳ ପାଇଁ ବିଶ୍ୱକପ କ୍ୱାଲିଫାଇଂ ଡ୍ର ପ୍ରସ୍ତୁତ କରାଯାଇଛି । ଗତଥର ବିଶ୍ୱକପ ଚାମ୍ପିୟନ ଫ୍ରାନ୍ସ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ବ୍ରାଜିଲ ତୃତୀୟ, ଇଂଲଣ୍ଡ ଚତୁର୍ଥ ଏବଂ ୟୁରୋପିଆନ ଚାମ୍ପିୟନ ପର୍ତ୍ତୁଗାଲ ୫ମ ସ୍ଥାନରେ ରହିଛି । ସ୍ପେନ ୬ଷ୍ଠ ସ୍ଥାନରେ ରହିଛି । ଫିଫା ଡିସେମ୍ବର ୭ରୁ ୟୁରୋପିଆନ ଡ୍ର ଆୟୋଜନ କରିବ । ସ୍ପେନ ଓ ଇଟାଲୀ ସମେତ ୧୦ ଟପ ସିଡ ଦଳ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ୪ ବର୍ଷ ପୂର୍ବେ ଦ୍ୱିତୀୟ ସିଡ ପ୍ରାପ୍ତ ଇଟାଲୀ ରୁଷିଆରେ ୨୦୧୮ରେ ଅନୁଷ୍ଠିତ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିପାରି ନଥିଲା । ତେବେ ଚଳିତ ବର୍ଷ ର୍ୟାଙ୍କିଙ୍ଗ ତାଲିକାରେ ୧୦ତମ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular