spot_img

ଉତ୍ତରପ୍ରଦେଶ: ଲାଗୁ ହେଲା ‘ଲଭ୍ ଜେହାଦ୍’ ଆଇନ୍ .. ଅଧ୍ୟାଦେଶ ଉପରେ ମୋହର ଲଗାଇଲେ ରାଜ୍ୟପାଳ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଆଜିଠାରୁ ଲଭ୍ ଜେହାଦ ଆଇନ୍ ଲାଗୁ ହୋଇଛି ।ଗତ ମଙ୍ଗଳବାର (୨୪ ନଭେମ୍ବର) ଦିନ ଉତ୍ତରପ୍ରଦେଶ କ୍ୟାବିନେଟ୍ ରେ ଲଭ୍ ଜେହାଦକୁ ନେଇ ଆସିଥିବା ଅଧ୍ୟାଦେଶକୁ ମଞ୍ଜୁରୀ ମଳିଥିଲା । । ଆଜି ରାଜ୍ୟପାଳ ଏହି ଅଧ୍ୟାଦେଶ ଉପରେ ମୋହର ଲଗାଇଛନ୍ତି । ଏବେ ୬ ମାସ ମଧ୍ୟରେ ଏହି ଅଧ୍ୟାଦେଶକୁ ରାଜ୍ୟସରକାର ବିଧାନସଭାର ପାରିତ କରିବାକୁ ପଡିବ । UP Prohibition of Unlawful Conversion of Religion Ordinance 2020 ମୁତାବକ ଉତ୍ତରପ୍ରଦେଶରେ କୌଣସି ଲୋକ ପ୍ରେମକରି ବା କାହାକୁ ଭ୍ରମିତ କରି ଧର୍ମ ବଦଳାଇଲେ ତାଙ୍କୁ ୧୦ ବର୍ଷ ଯାଏ ଶଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବ । ଏହାସହ ସହମତି ଭିତ୍ତିରେ ଧର୍ମ ପରିବର୍ତ୍ତନ କରିବାକୁ ଯଦି କୌଣସି ବ୍ୟକ୍ତି ଇଚ୍ଛା ପ୍ରକାଶ କରିବେ ତେବେ ୨ ମାସ ପୂର୍ବରୁ ଏନେଇ ଜିଲ୍ଲାପାଳଙ୍କୁ ସୂଚନା ଦେବାକୁ ପଡିବ । ୟୁ.ପି ସରକାର ଆଣିଥିବା ଅଧ୍ୟାଦେଶ ମୁତାବକ ଯଦି କୌଣସି ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିଙ୍କୁ ଭ୍ରମିତ କରିବା ଧୋକ୍କା ଦେଇ ଧର୍ମପରିବର୍ତ୍ତନ କରିବାକୁ ବାଧ୍ୟ କରିବ ତେବେ ଆଇନ ଅନୁସାରେ ତାଙ୍କୁ ୧୫ ହଜାର ଟଙ୍କା ଜରିମାନା ସହ ୧ ରୁ ୫ ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଯଦି ଅନୁସୂଚିତ ଜାତି ବା ଜନଜାତିର ନାବାଳିକା କିମ୍ବା ମହିଳାଙ୍କ ସହିତ ଏଭଳି କରାଯିବ ତେବେ ଅପରାଧୀଙ୍କୁ ୨୫ ହଜାର ଟଙ୍କା ଜରିମାନା ସହିତ ୩ ରୁ ୧୦ ପର୍ୟ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular