ନୂଆଦିଲ୍ଲୀ : ଭାରତରେ ରୁଷ୍ କୋଭିଡ୍ ଟିକା ‘ସ୍ପୁଟନିକ ଭି’ ତିଆରି ହେବ । ସ୍ପୁଟନିକ ଭି’ ର ୧୦ କୋଟି ମାତ୍ରା ତିଆରି ହେବ ବୋଲି ରୁଷ୍ କର୍ତ୍ତୃପକ୍ଷ ଆଜି ଘୋଷଣା କରିଛନ୍ତି। ଭାରତର ଅଗ୍ରଣୀ ଫାର୍ମାସ୍ୟୁଟିକାଲ କମ୍ପାନି ‘ହେଟେରୋ’ ପ୍ରଥମ ପର୍ୟ୍ୟାୟରେ ଏହି ଟିକାର ୧୦ କୋଟି ମାତ୍ରା ପ୍ରସ୍ତୁତ କରିବ ବୋଲି ରୁଷ୍ ଡାଇରେକ୍ଟ ଇନ୍ଭେଷ୍ଟମେଣ୍ଟ୍ ଫଣ୍ଡ୍ (ଆର୍ଡିଆଇଏଫ୍) ପକ୍ଷରୁ କୁହାଯାଇଛି । ହେଟେରୋ ପ୍ରତିବର୍ଷ ସ୍ପୁଟନିକ୍ ଭି’ ଟିକାର ୧୦ କୋଟି ମାତ୍ରା ପ୍ରସ୍ତୁତ କରିବା ପାଇଁ ଚୁକ୍ତି ବଦ୍ଧ ହୋଇଥିବା ଜଣାପଡ଼ିଛି। ୨୦୨୧ ପ୍ରାରମ୍ଭରେ ହିଁ ଭାରତରେ ଟିକା ତିଆରି ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି। ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ବୋଲି ରୁଷ୍ ଦାବି କରିଛି ଏବଂ ସମସ୍ତ ପର୍ୟ୍ୟାୟ ପରୀକ୍ଷଣରେ ଏହା ନିରାପଦ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ଚୀନ୍ ନ୍ୟାସନାଲ ବାୟୋଟେକ୍ ଗ୍ରୁପ୍ ‘ସିନୋଫାର୍ମ’ ଦ୍ବାରା ପ୍ରସ୍ତୁତ କୋଭିଡ୍ ଟିକା ବଜାରରେ ଖୁବ୍ ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି । ଏହି ଟିକାର ବ୍ୟାପକ କଳାବଜାର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।



Visitors Today : 2
Total Visitors : 130425
Total Views : 9891956
Visitors Online Now : 0