spot_img

ଏଲପିଜି ସବସିଡିକୁ ନେଇ ସରକାରଙ୍କ ବଡ ଘୋଷଣା

ନୂଆଦିଲ୍ଳୀ: ଏଲପିଜି ସବସିଡିକୁ ନେଇ ୭ କୋଟିରୁ ଅଧିକ ଗ୍ରାହକଙ୍କ ମନରେ ନାନା ପ୍ରଶ୍ନ ଉଠୁଥିଲା । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ତରଫରୁ ବଡ ଘୋଷଣା କରାଯାଇଛି । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କହିବା ଅନୁସାରେ, ବିପିସିଏଲର ଘରୋଇକରଣ ପରେ ମଧ୍ୟ ଉପଭୋକ୍ତାଙ୍କୁ ଗ୍ୟାସ ସବସିଡି ମିଳିବ। ତୈଳ ବିତରଣ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ, ବିପିସିଏଲ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ ଉପଭୋକ୍ତାଙ୍କୁ ସବସିଡିରେ ଗ୍ୟାସ ଯୋଗାଇଥାଏ । ସମସ୍ତ ଭେରିଫାଏଡ ଗ୍ରାହକଙ୍କୁ ଡିଜିଟାଲ ତରିକାରେ ଏଲପିଜି ସବସିଡି ଗ୍ୟାସ ଦିଆଯାଇଥାଏ । ଯେହେତୁ ଉପଭୋକ୍ତାଙ୍କୁ ସିଧାସଳଖ ଭାବେ ଗ୍ୟାସ ଦିଆଯାଇଥାଏ ସେଥିପାଇଁ ସର୍ଭିସିଂ କମ୍ପାନୀ ସାର୍ବଜନିକ କ୍ଷେତ୍ର ନା ଘରୋଇ କ୍ଷେତ୍ର ସେନେଇ କୌଣସି ଫରକ ପଡ଼ିନଥାଏ । ବିନିଯୋଗ ପରେ ମଧ୍ୟ ବିପିସିଏଲ ଉପଭୋକ୍ତାଙ୍କ ପାଇଁ ଏଲପିଜି ସବସିଡି ପୂର୍ବ ଭଳି ଜାରି ରହିବ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular