କଟକ: ପୁଣି କଟକରୁ ଠାବ ହେଲା ନକଲି ହଳଦୀ,ଲଙ୍କାଗୁଣ୍ଡ କାରଖାନା । କଟକ ବିଦ୍ୟାପୁର ଭଦିମୂଳଠାରେ ଚାଲିଥିଲା ଏହି କାରବାର । ମାପ ଓଜନ,ଖାଦ୍ୟ ସୁରକ୍ଷା ଓ ପୋଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା । ତେବେ ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ବିଭିନ୍ନ ଲୋଗୋ ଥିବା ପ୍ୟାକେଟ ଜବତ ହୋଇଛି । ଏନେଇ ପୋଲିସ ମାଲିକ ଓ କର୍ମଚାରୀଙ୍କୁ ଅଟକ ରଖିଛି । କିଛିଦିନ ତଳେ କଟକ ସଦର ଅଞ୍ଚଳରେ ନକଲି ଘିଅ କାରଖାନା ଠାବ କରାଯାଇଥିଲା । ଏନେଇ ଅଧିକ ଛାନଭିନ କରୁଛି ଚାଉଲିଆଗଂଜ ପୋଲିସ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0