ପୁରୀ: କୁଆଡ଼େ ଗଲା ବଡ଼ଠାକୁରଙ୍କ ନାଗାର୍ଜନ ବେଶରେ ବ୍ୟବହୃତ ସୂର୍ଯ୍ୟ, ଚନ୍ଦ୍ର । ଯାହାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଛି । ପୁରୀ ଶ୍ରୀମନ୍ଦିର ପହଞ୍ଚି ଯାଞ୍ଚ କରୁଛନ୍ତି ମୁଖ୍ୟପ୍ରଶାସକ , ଜିଲ୍ଲାପାଳ ଓ ନୀତି ପ୍ରଶାସକ । ବେଶ ସରିବା ପରେ ସରଞ୍ଜାମକୁ କେଉଁଠି ରଖାଯାଇଥିଲା ଓ ଏହା ମନ୍ଦିର ବାହାରକୁ ଯାଇଛିକି ନାହିଁ ସେ ଦିଗରେ ତଦନ୍ତ କରାଯିବ । ତେବେ ଏନେଇ ବେଶ ଯୋଗାଇଥିବା ବଳରାମ ଖୁଣ୍ଟିଟିଆକୁ ମଧ୍ୟ ପଚାର ଉଚରା କରାଯିବ । ରିପୋର୍ଟ ଆସିବା ପରେ ଦେଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ଶ୍ରୀମୁଖ୍ୟପ୍ରଶାସକ । ସେପଟେ ଆଜି ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ପଞ୍ଚୁକର ତ୍ରୟୋଦଶୀ ତିଥିରେ ତ୍ରୀବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କର ଏହି ବେଶ ଓ ନୀତିକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0