ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୨୧ ତାରିଖରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପରର ଖୁବ୍ ନିକଟତର ହେବେ। ୪ଶହ ବର୍ଷ ପରେ ବୃହସ୍ପତି ଓ ଶନିର ମହାମିଳନ ହେବାକୁ ଯାଉଛି। ଡିସେମ୍ବର ୨୧ ତାରିଖରେ ସୂର୍ୟ୍ୟୋଦୟ ହେବାର ୧ ଘଣ୍ଟା ପରେ ପଶ୍ଚିମ ଦିଗ୍ବଳୟ ଉପରେ ଉଭୟ ଗ୍ରହ ଏକାଠି ଦେଖାଯିବେ। ଏହି ସମୟରେ ସେମାନଙ୍କ ମଧ୍ୟରେ ଦୂରତା ମାତ୍ର ୦.୧ ଡିଗ୍ରୀ ରହିବ। ଭାରତ ଓ ଓଡିଶାର ସବୁ ସ୍ଥାନରୁ ଏହାକୁ ଖାଲି ଆଖିରେ ଦେଖି ହେବ। ଏହା ଏକ ବିରଳ ଘଟଣା। ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡଃ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ମହାମିଳନ ସମୟରେ ଉଭୟ ଗ୍ରହ ଅତି ନିକଟତର ହେବେ। ଏହି ସମୟରେ ଧୀର ଗତିଶୀଳ ଶନି ଗ୍ରହକୁ ବୃହସ୍ପତି ଅତିକ୍ରମ କରିବ। ଏବେ ଗ୍ରହ ଦୁଇଟି ସୂର୍ୟ୍ୟାସ୍ତ ପରେ ଉତ୍ତର-ପଶ୍ଚିମ ଦିଗ୍ବଳୟର ଅଳ୍ପ ଉପରେ ରହିଛନ୍ତି। ଆସନ୍ତା ୩ ସପ୍ତାହ ଧରି ପ୍ରତିଦିନ ଏହି ଦୁଇଟି ଗ୍ରହ ମଧ୍ୟରେ ଥିବା ଦୂରତା କମିବ ଓ ଏମାନେ ପାଖାପାଖି ହେବେ। ଶେଷଥର ପାଇଁ ୧୬୨୩ ମସିହା, ଜୁଲାଇ ୧୬ ତାରିଖରେ ଉଭୟ ଗ୍ରହଙ୍କ ଏପରି ମହାମିଳନ ହୋଇଥିଲା। ପୁଣିଥରେଏଭଳି ଦୃଶ୍ୟ ପୁଣି ୨୧ ଡିସେମ୍ବର ୨୦୪୦ରେ ଦେଖିବାକୁ ମିଳିବ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0