spot_img

କାରକୁ ଧକ୍କା ଦେଲା ଟ୍ରାକ୍ଟର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପିତାମ୍ବପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।  କାର୍‌-ଟ୍ରାକ୍ଟର ମୁହାଁମୁହିଁ ହେବା ଫଳରେ ବ୍ରହ୍ମପୁର ଯାଉଥିବା କୋରାପୁଟ ଅତିରିକ୍ତ ଏସ୍‌ପି ଉତ୍କଳ ରଞ୍ଜନ ଦାଶଙ୍କ ପରିବାରର ୪ ଜଣ ସଦସ୍ୟ ଆହତ ହୋଇଛନ୍ତି । ଆହତ  ପରିବାରସଦସ୍ୟ ହେଲେ ସୁନିତା ପଟ୍ଟନାୟକ, ତାରା ପଟ୍ଟନାୟକ, ଆଦିତ୍ୟ ପଟ୍ଟନାୟକ, ଅଙ୍କିତା ପଟ୍ଟନାୟକ ।

ସୂଚନାନୁସାରେ,  ଶନିବାର ପ୍ରାୟ ସାଢ଼େ ୯ଟାରେ କୋରାପୁଟ ଅତିରିକ୍ତ ଏସ୍‌ପି ଉତ୍କଳ ରଞ୍ଜନ ଦାଶ ଏବଂ ତାଙ୍କର ପରିବାର ଲୋକ ଏକ ବିବାହ କାର୍ଯ୍ୟରେ ସାମିଲ ହେବାକୁ ଆଗ ପଛ ହୋଇ ୪ଟି କାର୍‌ରେ ବ୍ରହ୍ମପୁର ଯାଉଥିଲେ । ସେହି ସମୟରେ ବ୍ରହ୍ମପୁରରୁ ଦିଗପହଣ୍ଡି ଯାଉଥିବା ଏକ ଟ୍ରାକ୍ଟର ପିତାମ୍ବରପୁର ଠାରେ ଗୋଟିଏ କାରକୁ ସାମ୍ନାରୁ ଧକ୍କା ଦେଇଥିଲା ।

ସୂଚନା ପାଇ ପାଟ୍ରୋଲିଂ କରୁଥିବା ଦିଗପହଣ୍ଡି ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏକ ଘରୋଇ ହସ୍‌ପିଟାଲ୍‌କୁ ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular