spot_img

କର ବା ମର ସ୍ଥିତିରେ ଭାରତୀୟ ଦଳ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତୀୟ ଦଳ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳିବା ପାଇଁ ଯାଉଛି । ପ୍ରଥମ ଦିନିକିଆ ମ୍ୟାଚରେ ଘରୋଇ ଦଳ ଅଷ୍ଟ୍ରେଲିଆ ଠାରୁ ୬୬ ରନରେ ଭାରତ ପରାସ୍ତ ହୋଇଥିଲା । ତେବେ ଆଜିର ମ୍ୟାଚରେ ଭାରତ ବିଜୟୀ ହୋଇ ସିରିଜ ବଞ୍ଚାଇବାକୁ ପ୍ରୟାସ କରିବ । ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଦଳର ବିସ୍ପୋରକ ବ୍ୟାଟ୍ସମ୍ୟାନ ଷ୍ଟିଭେନ ସ୍ମିତ ଓ ଡେଭିଡ ୱାର୍ଣ୍ଣର ଖେଳୁଛନ୍ତି । ସେହିପରି ଦଳର ଦ୍ରୁତ ବୋଲର ଜୋସ ହାଜେଲଉଡ, ମିଚେଲ ଷ୍ଟାର୍କ ଓ ପ୍ୟାଟ କମିନସ ଏହି ସିରିଜ ଖେଳୁଛନ୍ତି । ତେଣୁ ମ୍ୟାଚକୁ ଜିତିବା ପାଇଁ ଭାରତୀୟ ଦଳ ବିପକ୍ଷ ଦଳକୁ ଆଜି ସୀମିତ ରନରେ ରଖିବାକୁ ଚେଷ୍ଟା କରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular