spot_img

ସର୍ବସାଧାରଣଙ୍କ ପାଇଁ ବିଧାନସଭା ରାସ୍ତା ସିଲ୍

ଭୁବନେଶ୍ୱର : ବିଧାନସଭା ରାସ୍ତାକୁ ସର୍ବସାଧାରଣ ମାନଙ୍କ ପାଇଁ ସିଲ କରାଯାଇଛି । ବିଧାନସଭା ଆଗରେ ବାରମ୍ବାର ଆତ୍ମହୂତି ଉଦ୍ୟମ ପରେ ରାସ୍ତାକୁ ସିଲ୍‌ କରାଯାଇଛି । ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏଁ ମୁଖ୍ୟ ରାସ୍ତା ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି। କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଏନେଇ କଟକଣା ଜାରି କରାଯାଇଛି । ଗତ କିଛି ଦିନ ହେବ ବିଧାନସଭା ସମ୍ମୁଖରେ ଆତ୍ମହୂତି ଧମକ ଦିଆଯାଉଛି । ନିକଟରେ ପରୀ ହତ୍ୟାର ନ୍ୟାୟ ପାଇଁ ତାଙ୍କ ବାପା- ମା’ ବିଧାନସଭା ସମ୍ମୁଖରେ ଆତ୍ମହୂତି ଉଦ୍ୟମ କରୁଥିବାବେଳେ ସୁରକ୍ଷାକର୍ମୀମାନେ ଉଦ୍ଧାର କରିଥିଲେ । ଗତକାଲି ଜଣେ ମା ଓ ପୁଅ ତାଙ୍କ ପୁଅ ହତ୍ୟାର ନ୍ୟାୟ ଦାବି କରି ବିଧାନସଭା ସମ୍ମୁଖରେ କିରୋସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପୂର୍ବରୁ କିଛି ଚାଷୀମାନେ ଋଣ ଭାରରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ସମୟରେ ଉଦ୍ଧାର ହୋଇଥିଲେ । ତେଣୁ ଆଗକୁ ଏଭଳି ଘଟଣାକୁ ରୋକିବା ପାଈଁ ବିଧାନସଭା ରାସ୍ତାକୁ ସିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular