ସିଡନୀ: ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହୋଇଥିବା ମହିଳା ଟି୨୦ ପ୍ରତିଯୋଗିତା ବିଗ ବାସ ଲିଗରେ ସିଡନୀ ଥଣ୍ଡର ଚାମ୍ପିୟନ ହୋଇଛି । ଫାଇନାଲ ମ୍ୟାଚରେ ସିଡନୀ ଥଣ୍ଡର ଓ ମେଲବୋର୍ନ ଷ୍ଟାର୍ସ ମଧ୍ୟରେ କଡା ଟକ୍କର ହୋଇଥିଲା । ଏହି ମ୍ୟାଚରେ ସିଡନୀ ଥଣ୍ଡର ୭ ୱିକେଟରେ ମେଲବୋର୍ନ ଷ୍ଟାର୍ସକୁ ପରାସ୍ତ କରିଥିଲା । ଏହା ସହ ଦ୍ୱିତୀୟ ଥର ପାଇଁ ଟାଇଟେଲ ହାସଲ କରିଥିଲା । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ବୋଲର ଶବନୀମ ଇସମାଇଲ ପ୍ଲେୟର ଅଫ ଦି ମ୍ୟାଚ ହୋଇଥିଲେ । ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ମେଲବୋର୍ନ । ୨୦ ଓଭରରେ ୯ ୱିକେଟ ହରାଇ ୮୬ ରନ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା ମେଲବୋର୍ନ । ଏହାର ଜବାବରେ ବିପକ୍ଷ ଦଳ ମାତ୍ର ୧୩.୪ ଓଭରରେ ୩ ୱିକେଟ ହରାଇ ମ୍ୟାଚକୁ ଅତି ସହଜରେ ଜିତି ଯାଇଥିଲା ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0