ଆଠଗଡ଼ : ବଡ଼ ଓଷା ଉପଲକ୍ଷେ ବାବା ଧବଳେଶ୍ୱରଙ୍କ ନିକଟରେ ଲାଗିହେଲା ଗଜଭୋଗ। ରାତି ୧ଟାରେ ପହଡ଼ ଖୋଲାଯାଇ ମଙ୍ଗଳଆଳତି, ବାଳଭୋଗ ଏବଂ ଘର୍ଷଣ ଆଦି ରୀତିନୀତି ସଂପନ୍ନ ହୋଇଥିଲା। ଏହା ପରେ ରାତି ୩ଟାରେ ପ୍ରଭୁଙ୍କ ଠାରେ ଗଜଭୋଗ ଲାଗି ହୋଇଥିଲା। ତେବେ କରୋନା ପାଇଁ ମନ୍ଦିର ପରିସରରେ ୧୪୪ ଧାରା ଜାରି ହୋଇଥିବାରୁ ଚଳିତ ବର୍ଷ ଗଜଭୋଗ ବିତରଣ ବନ୍ଦ ରହିଛି। ଅନ୍ୟପକ୍ଷରେ ଆଜି ବି ବାବା କିରାତାର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି। ଗତକାଲି ବାବାଙ୍କୁ ଏହି ବେଶ କରାଯାଇଥିଲା। ଦୀର୍ଘ ୨୫ ବର୍ଷ ପରେ ବାବା ଧବଳେଶ୍ୱରଙ୍କର ଏହି ବେଶ କରାଯାଇଛି। ତେବେ କରୋନା କଟକଣା ଯୋଗୁଁ ଭକ୍ତମାନେ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0