ନୂଆଦିଲ୍ଲୀ: ମନ୍ ବି ବାତ୍ କାର୍ଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କୃଷକଙ୍କ କୃଷି ଆଇନ୍ ର ଉଦାହରଣ ଦେଇ ବୁଝାଇଛନ୍ତି । ଦେଶରେ
କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ନେଇ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। ଆନ୍ଦୋଳନକାରୀ କୃଷକମାନେ ବୁଝାମଣା ପାଇଁ କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ‘ମନ କି ବାତ’ କାର୍ୟ୍ୟକ୍ରମ ମାଧ୍ୟମରେ ଚାଷୀଙ୍କ ମନ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛନ୍ତି। ଏହାସହ ‘ମନ କି ବାତ’ରେ ପ୍ରଧାନମନ୍ତ୍ରୀ ମୋଦି କୃଷି ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ କୃଷି ସଂସ୍କାର ତଥା ଆଧୁନିକ କୃଷି ବିଷୟରେ ଅବଗତ ହେବା ଓ କରାଇବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଅତୀତରେ କୃଷି ସଂସ୍କାର କୃଷକମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି। ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ନୂତନ ଅଧିକାର ଏବଂ ସୁଯୋଗ ବିଷୟରେ ଅବଗତ କରାଇଛନ୍ତି । ‘ମନ୍ କି ବାତ’ କାର୍ୟ୍ୟକ୍ରମରେ ଦେଶର ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,’ ଭାରତରେ କୃଷି ଏବଂ ବିଭିନ୍ନ ଉତ୍ପାଦିତ ସାମଗ୍ରୀରେ ନୂତନ ପରିମାଣ ଯୋଗ କରାଯାଉଛି। ଅତୀତର କୃଷି ସଂସ୍କାର କୃଷକମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ। ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏହି ସଂସ୍କାର କେବଳ କୃଷକଙ୍କ ଅନେକ ବୋଝକୁ ସମାପ୍ତ କରିନାହିଁ ବରଂ ସେମାନେ ନୂତନ ଅଧିକାର ମଧ୍ୟ ପାଇଛନ୍ତି। ସଂଶୋଧିତ ଆଇନ ଆଉ ଏକ ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ଅଞ୍ଚଳର ଏସଡିଏମଙ୍କୁ ଏକ ମାସ ମଧ୍ୟରେ ହିଁ ଚାଷୀଙ୍କ ଅଭିଯୋଗର ସମାଧାନ କରିବାକୁ ପଡ଼ିବ ବୋଲି କୁହାଯାଇଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0