ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ମୟୁରଭଞ୍ଜ କପ୍ତିପଦା ଛାଞ୍ଚୁଣିଆ ଗାଁରେ ଡବଲ ମର୍ଡର । ସାବତ ଭାଇ ସମେତ ପୁତୁରାକୁ ହତ୍ୟା କରିଛି ଜଣେ ବ୍ୟକ୍ତି । ଗାଁର ସୁଶୀଲ କୁମାର ହେମ୍ବ୍ରମ୍, ସାବତ ଭାଇ ଘନଶ୍ୟାମ ହେମ୍ବ୍ରମ୍ ଏବଂ ପୁତୁରା କୁଆଁର ହେମ୍ବ୍ରମଙ୍କୁ ହତ୍ୟା କରିଛି । ପୂର୍ବରୁ ସୁଶୀଲ ଏବଂ ତାର ସାବତ ଭାଇ ଘନଶ୍ୟାମ ହେମ୍ବ୍ରମ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଥିଲା । ଖବର ଅନୁଯାୟୀ, ଶୁକ୍ରବାର ପୁତୁରା କୁଆଁର ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ସୁଶୀଲ ସେଠାରେ କୁଆଁରର ବେକ କାଟି ହତ୍ୟା କରିଥିଲା । ମୃତଦେହକୁ ପାଖାପାଖି ଏକ କିଲୋମିଟର ଦୂରକୁ ନେଇ ଜଙ୍ଗଲ ଭିତରେ ଫୋପାଡି ଦେଇଥିଲା । ପରିବାର ଲୋକେ ସନ୍ଧ୍ୟା ପର୍ଯ୍ୟନ୍ତ କୁଆଁରର ଖୋଜ ଖବର ନପାଇବାରୁ କପ୍ତିପଦା ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ସୁଶୀଲକୁ ଗିରଫ କରିଥିଲା । ସୁଶୀଳକୁ ପଚରା ଉଚରା ବେଳେ ସେ ସାବତ ଭାଇ ଘନଶ୍ୟାମକୁ ବି ହତ୍ୟା କରିଥିବା ସେ ପୋଲିସ ଆଗରେ ମାନିଛି । ଘନଶ୍ୟାମ ୪ ଦିନ ହେଲା ନିଖୋଜ ଥିଲେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0