ଆମେରିକା: କ୍ରୋଧ ବ୍ୟକ୍ତିକୁ କୁକାର୍ଯ୍ୟ କରିବା ଆଉକୁ ଟାଣି ଆଣେ । ଯାହା ଦ୍ୱାରା କ୍ଷତି ନିଜର ହିଁ ହୋଇଥାଏ । କିନ୍ତୁ ମଣିଷ ଏହା ବୁଝିବା କ୍ଷଣୀ ସବୁ କିଛି ଶେଷ ହୋଇଯାଇଥାଏ । ତେବେ ଏଠାରେ ଏଭଳି ଏକ ମମଲା ସାମ୍ନାକୁ ଆସିଛି ଆମେରିକାରୁ । ଆମେରିକାରେ ଏକ ଅଜବ ଘଟଣା ଘଟିଛି ଜାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯିବେ l ଏଠାରେ ଜଣେ ପାଇଲଟ୍ ଜାଣିଶୁଣି ବିମାନଟିକୁ ତାଙ୍କ ନିଜ ଘର ଉପରେ କ୍ରାସ୍ କରାଇ ଦେଇଛନ୍ତି । ପାଇଲଟଙ୍କ ଏହି କାର୍ୟ୍ୟର କାରଣ ଜାଣିଲେ ଆପଣ ବି ଆଶ୍ଚର୍ୟ୍ୟ ହୋଇପଡିବେl ଯେତେବେଳେ ଆମେରିକାର ପୋଲିସ ଏହି ଘଟଣାର କାରଣ ଜାଣିବାକୁ ପାଇଲା, ସେତେବେଳେ ଘଟଣାର ତଦନ୍ତ କରୁଥିବା ପୋଲିସ ମଧ୍ୟ ଆଶ୍ଚର୍ୟ୍ୟ ହୋଇଗଲେ l ଉଟା ର ପେସନ୍ ସହରର ବାସିନ୍ଦା ଡୁଏନ୍ ୟୋଡ୍ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଏହି ଯୋଜନା ରଚିଥିଲେ । ଖୁସିର କଥା, ଏହି ଘଟଣାରେ ପାଇଲଟଙ୍କ ପତ୍ନୀ ଏବଂ ପିଲା ନିରାପଦ ଥିବା ଜଣାପଡିଛି । ବିମାନଟି ଘର ସହିତ ଧକ୍କା ହେବା ମାତ୍ରେ ତୁରନ୍ତ ନିଆଁ ଲାଗିଯାଇଥିଲା ଯେଉଁଥିରେ ପାଇଲଟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଘଟଣାର କିଛି ଘଣ୍ଟା ପୂର୍ବରୁ ଏକ ଘରୋଇ ହିଂସା ମାମଲାରେ ଡୁଏନ୍ ୟୁଡ୍ ଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା । ଏହା ପରେ ସେ ଏହି ଘଟଣାକୁ କାର୍ୟ୍ୟକାରୀ କରିବାକୁ ଚେଷ୍ଟା କରିଥିଲେ। ଡୁଏନ୍ ଜଣେ ଅଭିଜ୍ଞ ପାଇଲଟ୍ ଥିଲେ । ଡୁଏନ୍ ତାଙ୍କ ଘରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ବିମାନବନ୍ଦରରୁ ଏହି ବିମାନଟିକୁ ଧରି ଉଡ଼ାଣ ଭରିଥିଲେ l ଏହା ପରେ ସେ ସିଧାସଳଖ ତାଙ୍କ ଅଞ୍ଚଳରେ ପହଞ୍ଚିଥିଲେ । ଏହା ପରେ ବିମାନଟି ନିଜ ଘର ଉପରେ କ୍ରାସ କରାଇ ଦେଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0