ନୂଆଦିଲ୍ଲୀ: ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗରେ ଚମକ୍ରାର ବୋଲିଂ କରି ସମଗ୍ର କ୍ରିକେଟ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ନଟରାଜନ । ତାଙ୍କ ବୋଲିଂକୁ ଦେଖି କ୍ରିକେଟ ପ୍ରେମୀ ତାଙ୍କୁ ୟର୍କର ସ୍ପେଶାଲିଷ୍ଟର ଆଖ୍ୟା ମଧ୍ୟ ଦେଇଛନ୍ତି । ଦୀର୍ଘ ଦିନର ପ୍ରତିକ୍ଷା ଓ ପରିଶ୍ରମ ପରେ ୨୯ ବର୍ଷାୟ ନଟରାଜନଙ୍କୁ ଭାରତୀୟ ଦିନିକିଆ କ୍ରିକେଟ ଦଳରେ ସାମିଲ କରାଯାଇଛି । ତେବେ ସଇନୀଙ୍କ ପିଠିରେ ଯନ୍ତ୍ରଣା ଥିବାରୁ ନଟରାଜନଙ୍କୁ ୫୦ ଓଭର ଫର୍ମାଟରେ ଅନ୍ତଭୁକ୍ତ କରାଯାଇଛି । ତାମିଲନାଡୁର ସଲେମ ଜିଲ୍ଲାରୁ ୩୫ କିମି ଦୂରରେ ଥିବା ଚିନ୍ନାପମପଟ୍ଟି ଗାଁରେ ନଟରାଜନଙ୍କ ଜନ୍ମ । ତାଙ୍କ ଜନ୍ମ ଗୋଟିଏ ଗରିବ ପରିବାରରେ ହୋଇଥିବାରୁ ଛୋଟବେଳୁ ସେ ନାନା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।
ପରିବାର ପ୍ରତିପୋଷଣ କରିବା ପାଇଁ ତାଙ୍କ ବାପା ରେଳ ଷ୍ଟେଶନରେ ପୋର୍ଟର କାମ କରୁଥିଲେ । ସେହିପରି ତାଙ୍କ ମା’ ରାସ୍ତାକଡରେ ଷ୍ଟଲ ଲଗାଉଥିଲେ । ଏପରି ଏକ ଗରିବ ପରିବାରରୁ ଭାରତୀୟ ଦଳରେ ସାମିଲ ହୋଇ ସମସ୍ତଙ୍କର ପ୍ରେରଣାର ଉତ୍ସ ପାଲଟିଯାଇଛନ୍ତି ଟି.ନଟରାଜନ । ଅନ୍ୟପଟେ କ୍ରିକେଟ କିଟ କିଣିବା ପାଇଁ ତାଙ୍କ ପାଖରେ ପଇସା ନଥିଲା । ତଥାପି ତାଙ୍କର କ୍ରିକେଟ ପ୍ରତି ପ୍ରେମ କମିନଥିଲା । ତେବେ ତାଙ୍କ ବୋଲିଂର ପ୍ରତିଭାକୁ ଦେଖିଥିଲେ ଜିଲ୍ଲାସ୍ତରୀୟ କ୍ରିକେଟର ଜୟପ୍ରକାଶ । ସେତେବେଳେ ନିଜ ଭାଗ୍ୟକୁ ବଦଳାଇ ପାରିନଥିଲେ ଜୟପ୍ରକାଶ ହେଲେ ନଟରାଜନଙ୍କ ଭାଗ୍ୟକୁ ବଦଳାଇଦେଇଥିଲେ । ତାଙ୍କ ପ୍ରଚେଷ୍ଟା ଯୋଗୁଁ ନଟରାଜନଙ୍କୁ ତାମିଲନାଡୁ କ୍ରିକେଟ ଆସୋସିଏଶନର ଏକ ଲିଗରେ ଖେଳିବାର ସୁଯୋଗ ମିଳିଥିଲା । ଏହା ପରେ ସେ ଆଉ ପଛକୁ ଦେଖିନଥିଲେ । ତାଙ୍କର ଏଭଳି ପ୍ରତିଭାକୁ ଦେଖି ଚୟନକତ୍ତା ତାଙ୍କୁ ତାମିଲନାଡୁ କ୍ରିକେଟ ଟିମରେ ସାମିଲ କରିଥିଲେ । ତେବେ ୨୦୧୬ ମହିହାରେ ସେ ନିଜର ବୋଲିଂ ପ୍ରତିଭାକୁ ସାରା ବିଶ୍ୱରେ ଦେଖେଇ ପାରିଥିଲେ । ତାମିଲନାଡୁ ପ୍ରିମିୟର ଲିଗରେ ସୁପର ଓଭର ସମୟରେ ୬ରୁ ୬ଟି ବଲକୁ ୟର୍କର ଫିଙ୍ଗିଥିଲେ ।
ଏହା ହିଁ ଥିଲା ତାଙ୍କ ଜୀବନର ଶେଷ ସଂଘର୍ଷ । ଏହା ପରେ ପରେ ତାଙ୍କର ଏଭଳି ଚମକୃତ ପ୍ରତିଭାକୁ ଦେଖି ୨୦୧୭ରେ କିଙ୍ଗସ ଏକାଦଶ ପଞ୍ଜାବ ଦଳ ଆଇପିଏଲ ତାଙ୍କୁ ୩ କୋଟି ଟଙ୍କାରେ କିଣିଥିଲା । ସେହିପରି ୨୦୧୮ ମସିହରେ ନଟାରାଜନ ସନରାଇଜର୍ସ ହାଇଦ୍ରାବାଦ ଦଳରୁ ଖେଳୁଛନ୍ତି ।
ମିଳିଥିବା ଅର୍ଥରାଶିରେ ସେ ନିଜର ଚାଳ ଘରକୁ ପରିବତ୍ତନ କରି ବଙ୍ଗଳା କରିଥିଲେ । ଏହା ସହ ତାଙ୍କ ଭଳି କେହି କଷ୍ଟର ସମ୍ମୁଖୀନ ନ ହେଉ ଦର୍ଶାଇ ସ୍ଥାନୀୟ ପିଲାମାନଙ୍କ ପାଇଁ କ୍ରିକେଟ ଏକାଡେମୀ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0