କାର୍ଟୁନ୍ ଦେଖିବାକୁ କାହାକୁ ବା ଭଲ ନଲାଗେ? ପିଲାଠାରୁ ବୁଢ଼ା ଯାଏ ସଭିଏଁ ଏହା ମାୟାରେ ବାୟା । କିନ୍ତୁ ଯଦି କାହାକୁ ପଚରାଯାଏ ନିଜ ପ୍ରିୟ କାର୍ଟୁନ୍ ଚରିତ୍ର ବିଷୟରେ, ତେବେ ନିଃସନ୍ଦେହ ସେ ‘ଟମ୍ ଆଉ ଜେରୀ’ ହିଁ କହିବ । ଏହି ଦୁଇ ଚରିତ୍ର ପାଇଁ ଆଜିର ତାରିଖ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ଥର ପାଇଁ ଏହି ଦୁଇ ଜଣ ୧୯୪୧ ମସିହା ଜୁଲାଇ ୧୯ ତାରିଖରେ ‘ମିଡନାଇଟ୍ ସ୍ନେକ୍’ ନାମକ ଏକ ଶୋରେ ନଜର ଆସିଥିଲେ । ସେବେଠାରୁ ନିଜ ଦୁଷ୍ଟାମୀ ଓ ହସ ମାଧ୍ୟମରେ ସଭିଙ୍କୁ ଆମୋଦିତ କରିଆସିଛନ୍ତି ।ଏହି ଶୋରେ ସେମାନଙ୍କ ନାମ ଭିନ୍ନ ଥିଲା । ଏମାନଙ୍କ ରଚୟିତା ୱିଲିଅମ ହାନା ଓ ଜୋଶେଫ ବାରବେରା ଟମ୍ କୁ ଜ୍ୟାସପର ନାମରେ ଓ ଜେରିକୁ ବିନା ନାମରେ ଦର୍ଶକଙ୍କ ସାମ୍ନାକୁ ଆଣିଥିଲେ । ପରେ ଜେରିକୁ ଜିଂକ୍ସ ନାମ ଦିଆଯାଇଥିଲା । ‘ଟମ୍ ଆଣ୍ଡ୍ ଜେରି’ ପୂର୍ବରୁ ‘ଜ୍ୟାସପର ଓ ଜିଂକ୍ସ’ନାମରେ ଦୁନିଆ ସାମ୍ନାକୁ ଆସିଥିଲେ । ପରେ ଏମାନଙ୍କ ନଁ ବଦଳାଯାଇ ‘ଟମ୍ ଆଣ୍ଡ୍ ଜେରି’ କରାଯାଇଥିଲା । ଏମାନଙ୍କ ନାମ ଚୟନ କରିବା ପାଇଁ ଷ୍ଟୁଡ଼ିଓରେ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ବିଜେତାଙ୍କୁ ୫୦ ଡଲାର ପୁରସ୍କାର ରାଶି ଦିଆଯିବାକୁ ଘୋଷଣା କରାଯାଇଥିଲା । ଆନିମେଟର ଜନ୍ କାର ବିରାଡିର ନାମ ଟମ୍ ଓ ମୂଷାର ନା ଜେରି ରଖିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0