କଟକ : କଟକ ନୟାସଡକ IIFL ସଂସ୍ଥାରୁ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତର ରିମାଣ୍ଡ ଅବଧି ଡିସେମ୍ବର ୨ ବୃଦ୍ଧି କରାଯାଇଛି। ଅନ୍ୟ ଦୁଇ ଅଭିଯୁକ୍ତ ପ୍ରକାଶ ସାହୁ ଓ ପବିତ୍ର ବେହେରାଙ୍କ ମଧ୍ୟ ରିମାଣ୍ଡ ଅବଧି ବଢାଯାଇଛି। ପୂର୍ବରୁ ଲାଲା ଅମ୍ରିତ ରାୟଙ୍କ ସମେତ ଅନ୍ୟ ୫ଜଣଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା କମିଶନରେଟ୍ ପୋଲିସ। ଲାଲା ଅମୃତ ରାୟ ବିଭିନ୍ନ ଜାଗାରେ ସୁନା ଲୁଚାଇ ରଖିଥିବା ଜଣାପଡ଼ିଛି। ରିମାଣ୍ଡ ସମୟରେ ଅଧିକ ଖୋଳତାଡ କରାଯାଇ ସୁନା ଓ ଟଙ୍କା ଚୋରିର ଖିଅ ଖୋଲିବ କମିଶନରେଟ୍ ପୋଲିସ । କଟକ ଆଇଆଇଏଫଏଲ ସଂସ୍ଥାରୁ ଚୋରି ଘଟଣାରେ ଧୀରେ ଧୀରେ ଚୋରିର ଗୁମର ଖୋଲୁଥିବା ବେଳେ ଏଯାବତ ଗିରଫ ହେଲେଣି ୧୧ଜଣ। ଜବତ ହେଲାଣି ୧୦କେଜିରୁ ଉର୍ଦ୍ଧ୍ବ ସୁନା। ସେପଟେ ଗ୍ରାହକଙ୍କ ସୁନା ବୀମାଭୁକ୍ତ ହୋଇଥିବାରୁ ସେମାନେ ସୁନା ଫେରିପାଇବେ ବୋଲି କହିଛି ଆଇଆଇଏଫଏଲ । ଗତ ୧୯ ତାରିଖରେ କଟକ ନୟାସଡ଼କ ଆଇଆଇଏଫଏଲ ଶାଖାରୁ ହୋଇଥିଲା ୧୨ କୋଟିର ସୁନା ଅଳଙ୍କାର ସହ ନଗଦ ପ୍ରାୟ ୫ ଲକ୍ଷ ଟଙ୍କା ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0