spot_img

ସ୍କୁଟି ଡ଼ିକିରୁ ୮ କେଜିର ଗଞ୍ଜେଇ ଜବତ

କନ୍ଧମାଳ  : ଦିନ କୁ ଦିନ କନ୍ଧମାଳରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି l ଗଞ୍ଜେଇ ମାଫିଆ ବାଲିଗୁଡା ଓ ନୂଆଗାଁ ଥାନା ଅଂଚଳରୁ ବାହାରକୁ ଚାଲାଣ କରିଥାନ୍ତି l ବିଭିନ୍ନ ସମୟରେ ପୋଲିସ ହାତରେ ଧରା ପଡିବା ସହ ବ୍ୟବହୃତ ଗାଡି ମଧ୍ୟ ସିଜ କରିଥାଏ ପୋଲିସ l କିନ୍ତୁ ଗଞ୍ଜେଇ ମାଫିଆ ଚୋରା ଚାଲାଣ ସମୟରେ ସ୍କୁଟି ବ୍ୟବହାର କରିଥିବା ପରି ଏକ ଘଟଣା ସାମ୍ନାକୁ ଆସିଛି l ଯେଉଁଠି ସ୍କୁଟି ଡ଼ିକି ଭିତରେ ପଲିଥିନ ଭିତରେ ପ୍ୟାକେଟ ମାଧ୍ୟମରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରାଯାଉଥିଲା l କନ୍ଧମାଳ ନୂଆଗାଁ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ସନ୍ଦେହ ହେବାରୁ ଏକ ସ୍କୁଟି ଉପରେ ଚଢ଼ାଉ କରିଥିଲା l ସର୍ଚ୍ଚ କରିବା ପରେ ଡ଼ିକି ଭାଙ୍ଗି ପୋଲିସ ଆଠ କେଜି ଗଂଜେଇ ଜବତ କରିଛି l ଏହି ଘଟଣା ରେ କଟକ ଜିଲ୍ଲା ଗୋଲାଗଣ୍ଡା ଅଂଚଳ ର ବିରଞ୍ଚି ପ୍ରଧାନଙ୍କୁ ଗିରଫ କରାଯିବା ସହ ସ୍କୁଟି କୁ ଜବତ କରିଛି l

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular