spot_img

ପ୍ଲାଜମା ଦାନ କରି ୩୫୦ କୋଭିଡ୍ ରୋଗୀ ପାଇଲେ ନୂଆ ଜୀବନ

ନୂଆଦିଲ୍ଲୀ: ପ୍ଲାଜ୍ମା ଦାନ କରି ସେମାନେ ୩୫୦ରୁ ଅଧିକ ଜୀବନ ରକ୍ଷା କରିଛନ୍ତି କର୍ତବ୍ୟ ରତ ଦିଲ୍ଲୀ ପୋଲିସ୍ । । କାର୍ୟ୍ୟକ୍ରମର ନେତୃତ୍ୱ ନେଇଛନ୍ତି ହେଡ୍ କନେଷ୍ଟବଳ କୃଷ୍ଣା କୁମାର, ବୟସ ୪୨ବର୍ଷ। ବର୍ତ୍ତମାନ ସେ ଦକ୍ଷିଣ ପଶ୍ଚିମ ଦିଲ୍ଲୀର କପାଶେରା ସୀମା ପୋଲିସ ଷ୍ଟେସନରେ ନିୟୋଜିତ ଅଛନ୍ତି । ଯେତେବେଳେ କୃଷ୍ଣା ଙ୍କୁ କରୋନା ହୋଇଥିଲା ସେ, ବଂଚିବେ ନାହିଁ ବୋଲି ସମସ୍ତେ ଭାବିଥିଲେ । ହେଲେ ପରେ ସେ ସୁସ୍ଥ ହେବା ପରେ , ନିଜ ପ୍ରିୟଜନଙ୍କୁ ବଂଚାଇବା ପାଇଁ ସ୍ଥଗିତ କରିଥିଲେ । ଏହା ପରଠାରୁ ସେ ଆବଶ୍ୟକ କରୁଥିବା ଲୋକଙ୍କୁ ପ୍ଲାଜ୍ମା ଦାନ କରିବାରେ ସାହାଯ୍ୟ କରିଥିଲେ ।
ସେ ସର୍ବାଧିକ ପାଞ୍ଚ ଥର ପ୍ଲାଜମା ଦାନ କରିଛନ୍ତି । ୧୫ ଜଣଙ୍କ ଜୀବନ ରକ୍ଷା କରିଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ, ଜଣେ ବ୍ୟକ୍ତି ଦାନ କରିଥିବା ପ୍ଲାଜମା ତିନୋଟି ଜୀବନ ରକ୍ଷା କରିପାରିବ। ମେ ମାସରେ କୁମାର କୋଭିଡ଼ ପରୀକ୍ଷା କରିଥିଲେ। ପରେ ତାଙ୍କର ପଜିଟିଭ୍ ରିପୋର୍ଟ ଆସିଥିଲା। ତାଙ୍କର ପୂରା ପରିବାର ପତ୍ନୀ ଏବଂ ଦୁଇ ପିଲା ମଧ୍ୟ ସଂକ୍ରମିତ ହୋଇଥିଲେ। ସୁସ୍ଥ ହେବା ପରେ କୁମାର ତାଙ୍କ ପତ୍ନୀଙ୍କୁ ମଧ୍ୟ ପ୍ଲାଜମା ଦାନ କରିବାକୁ ପ୍ରେରଣା ଦେଇଥିଲେ। ନଭେମ୍ବର ୨୩ ପର୍ୟ୍ୟନ୍ତ ସମୁଦାୟ ୩୨୩ ଦିଲ୍ଲୀ ପୋଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ସେଥି ମଧ୍ୟରୁ ୮୨ ଜଣ ସହକର୍ମୀଙ୍କ ପାଇଁ ୧୦୭ ଜଣ ପରିବାର ସଦସ୍ୟ ଓ ବନ୍ଧୁଙ୍କ ପାଇଁ ଏବଂ ୧୩୪ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ପାଇଁ ଦାନ କରିଛନ୍ତି।

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular