spot_img

ଗାଡ଼ିର ପ୍ରଦୂଷଣ ପତ୍ର ନଥିଲେ ଡ଼୍ରାଇଭିଂ ଲାଇସେନ୍ସ ରବ୍ଦ

ଓଡ଼ିଶା: କରୋନା ପାଇଁ ସବୁ ସ୍ଥାନରେ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଏ କ୍ଷେତ୍ରରେ ଗାଡ଼ି ଚାଳକଙ୍କ ପାଇଁ ଏକ ନୂଆ ଆଇନ୍ ଲାଗୁ କରାଯାଇଛି । ଡ଼ିସେମ୍ବର ୧ ରୁ ନିୟମ ଲାଗୁ କରାଯାଇଛି । ଯଦି ଗାଡ଼ିର ପ୍ରଦୂଷଣ ପତ୍ର ନଥାଏ ତେବେ ଡ଼୍ରାଇଭିଂ ଲାଇସେନ୍ସ ରବ୍ଦ ହୋଇପାରେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ବର୍ଷ ଜାନୂଆରି ଠାରୁ ଏହି ନିୟମ ଲାଗୁ କରାଯିବ । ତେଣୁ ଗାଡ଼ିର ପ୍ରଦୂଷଣ ପ୍ରମାଣ ପତ୍ର ରଖିବା ବାଧ୍ୟତା ମୂଳକ । ନଭେମ୍ବର ୨୭ରେ ହିନ୍ଦୁସ୍ଥାନ ଟାଇମ୍ସରେ କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ତରଫରୁ ଏକ ନୋଟିଫିକେସନ ପ୍ରକାଶ କରାଯାଇଥିଲା । ଅନଲାଇନ ମାଧ୍ୟମରେ ଏହି ପ୍ରଦୂଷଣ ପତ୍ର ବନାଇବା କାର୍ଯ୍ୟ ସାରିବା ନିମନ୍ତେ ୨ ମାସର ଅବଧି ଦିଆଯାଇଛି । ଏହି ନୂଆ ନିୟମ ଅନୂସାରେ ଗାଡ଼ିଚାଳକଙ୍କୁ ନିଜର ମୋଟର ଯାନର ସମସ୍ତ ଡ଼ାଟା ଅନଲାଇନ ଦ୍ୱାରା ନିଜ ମୋବାଇଲ ନମ୍ବରରେ ଏକ ଓଟିପି ମାଧ୍ୟମରେ ସମସ୍ତ ଡ଼ାଟା ଅପଲୋଡ଼ କରିବାକୁ ହେବ । ଏହି ନିୟମ ଅନୂସାରେ ଗାଡ଼ି ଚାଳକ ନିଜର ପ୍ରଦୂଷଣ ପତ୍ରକୁ ଟାଇମ ଅନୂସାରେ ରିନିୟୁ କରି ପାରିବେ । ଯଦି ଗାଡ଼ି ଚାଳକ ଏହି ପ୍ରଦୂଷଣ ପତ୍ର ନରଖନ୍ତି ତାଙ୍କୁ ୭ ଦିନର ସମୟ ଦିଆଯିବ । ଏହା ପରେ ଗାଡ଼ି ଲାଇସେନ୍ସ ରବ୍ଦ କରାଯିବ । ଏହି ନିୟମ ଉଭୟ ପ୍ରାଇଭେଟ ଓ କମର୍ସିଆଲ ବ୍ୟବହାର ହେଉଥିବା ଗାଡ଼ି ଗୁଡ଼ିକ ପାଇଁ ଲାଗୁ ହେବ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular