ତେଲକୋଇ: ଦନ୍ତାହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ଘଟିଛି ଘଟଣା । ଶୌଚ ପାଇଁ ଯାଇଥିବା ବେଳେ ଦନ୍ତାହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି ଯୁବକ । ତେବେ ଗୁରୁତର ଯୁବକଜଣଙ୍କ କରମଙ୍ଗି ଗାଁର ସନ୍ତୋଷ ନାୟକ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଆଜି ସକାଳେ ଗାଁ ପାଖ ଜଙ୍ଗଲରେ ଥିବା ନାଳକୁ ଶୌଚ ହେବା ପାଇଁ ସନ୍ତୋଷ ଯାଇଥିଲେ । ଅପରପକ୍ଷରୁ ହାତୀପଲ ଧାନ ଜମିରେ ଫସଲ ନଷ୍ଟ କରୁଥିବା ବେଳେ ଗାଁର କିଛି ଯୁବକ ହାତୀ ପଲଙ୍କୁ ଘଉଡାଇବା ସମୟରେ ଶୈ।ଚ ପାଇଁ ଯାଇଥିବା ସନ୍ତୋଷ ଦନ୍ତାହାତୀର ସାମ୍ନାସାମ୍ନି ହୋଇଥିଲେ, ଯାହାଫଳରେ ଦନ୍ତାହାତୀ ତାଙ୍କୁ ଶୁଣ୍ଢରେ ଫିଙ୍ଗି ଦେଇଥିଲା। ଯୁବକ ଜଣଙ୍କ ଗୋଟିଏ ଉଈ ହୁଙ୍କା ଉପରେ ମୁହଁମାଡି ପଡିଯାଇଥିଲେ । ଯୁବକଙ୍କ ଛାତିରେ ହୁଙ୍କାରେ ମାଡ ହୋଇଥିଲା । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତେଲକୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0