କରାଚି: ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ବାବର ଆଜାମଙ୍କ ବିରୋଧରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛି । ତେବେ ବାବର ତାଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଦୀର୍ଘ ୧୦ ବର୍ଷ ଧରି ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ ବୋଲି ସେ ଅଭିଯୋଗ କରିଥିଲେ ।
So this lady has made accusations against Babar Azam "he promised to marry me, he got me pregnant, he beat me up, he threatened me and he used me"
Video courtesy 24NewsHD pic.twitter.com/PTkvdM4WW2— Saj Sadiq (@Saj_PakPassion) November 28, 2020
ସୂଚନା ଅନୁସାରେ, ମହିଳା ଜଣଙ୍କ ବାବରଙ୍କ ସ୍କୁଲ ସମୟର ବନ୍ଧୁ । ୨୦୧୦ରେ ବାବର ତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇଥିଲେ । ପରେ ସେ କୋର୍ଟରେ ବିବାହ କରିବାର ମିଥ୍ୟା ପ୍ରତିଶୃତି ଦେଇ ଯୌନ ଶୋଷଣ କରିବା ସହ ମାରପିଟ କରୁଥିଲେ । ତେବେ ଏନେଇ ପାକିସ୍ତାନର ଖବରଦାତା ସାଜ ସାଦିକ ନିଜ ଟୁଇଟର ହ୍ୟାଣ୍ଡେଲରେ ମହିଳାଙ୍କ ଭିଡିଓ ପୋଷ୍ଟ କରିଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0