ନୂଆଦିଲ୍ଳୀ: ରେସଲର ବଜରଙ୍ଗ ପୁନିଆ ଏକ ମାସ ଧରି ଟ୍ରେନିଂ ପାଇଁ ଆମେରିକା ଯିବେ । ତେବେ ମିଶନ ଅଲିମ୍ପିକ୍ସ ସେଲ ଦ୍ୱାରା ତାଙ୍କର ଏହି ଯୋଜନା ମଞ୍ଜୁର ଲାଭ କରିଛି । ଟୋକିଓ ଅଲିମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବେ ବୋଲି ଆଶା ରହିଛି । ଗୋଚ ଏମଜାରିଅସ ବେଣ୍ଟିନଡିସ ଏବଂ ଫିଜିଓ ଧନଞ୍ଜୟଙ୍କ ସହ ଆମେରିକା ଗସ୍ତ କରିବେ । ସେଠାରେ ସେ ମୁଖ୍ୟ କୋଚ ସର୍ଗେଇ ବେଲୋଗ୍ଲାଜୋଭଙ୍କ ଅଧୀନରେ ଅନ୍ୟ ଟପ ଆନ୍ତର୍ଜାତୀୟ ରେସଲରମାନଙ୍କ ସହ ତାଲିମ ନେବେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0