ଶ୍ରୀନଗର: ଜାମ୍ମୁକାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ନିର୍ବାଚନ ହୋଇଛି । ମୋଟ ୮ ପର୍ୟ୍ୟାୟରେ ହେବାକୁ ଥିବା ନିର୍ବାଚନର ପ୍ରଥମ ପର୍ୟ୍ୟାୟ ପାଇଁ ସକାଳ ୭ରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍ଣ ୨ଟାରେ ଶେଷ ହୋଇଛି। କଡ଼ା ସୁରକ୍ଷା ବଳୟ ଓ କରୋନା ନିୟମାବୀ ପାଳନ କରି ଶାନ୍ତିଶୃଙ୍ଖଳାର ସହିତ ମତଦାନ ହୋଇଛି। ମୋଟ ୨୧୪୬ ମତଦାନ କେନ୍ଦ୍ରରେ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗ କେ.କେ ଶର୍ମା କହିଛନ୍ତି। ଡିସେମ୍ବର ୧୯ରେ ଚୂଡ଼ାନ୍ତ ପର୍ୟ୍ୟାୟ ମତଦାନ ପରେ ୨୨ରେ ଫଳାଫଳ ପ୍ରକାଶ ପାଇବ। ପରେ ତେବେ ଏହି କେନ୍ଦ୍ରାଶାସିତ ଅଞ୍ଚଳରେ ଶନିବାରଠାରୁ ଜିଲ୍ଲା ପରିଷଦ ତଥା ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଛି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0