ମୁମ୍ବାଇ: କେତେବେଳେ କେଉଁ ପରିସ୍ଥିତିରେ ମୃତ୍ୟୁ ଆସେ ତାହା କହିବା କଷ୍ଟକର । ଯେକୌଣସି ମୁହୁର୍ତ ରେ ଏହା ଆସିଥାଏ । କେହି ସେଥିରୁ ବର୍ତି ପାରନ୍ତି ନାହିଁ । ସେହିଭଳି ଏକ ଦୁଃଖଦ ଘଟଣା ଘଟିଛି ମହାରଷ୍ଟ୍ର ର ଧାରାବିରେ । ଶନିବାର ମଧ୍ୟାହ୍ନରେ ଲିଫ୍ଟ ଦୁର୍ଘଟଣାରେ ଜଣେ ୫ ବର୍ଷର ନାବାଳକର ମୃତ୍ୟୁ ହୋଇଛି । ମହମ୍ମଦ ହୋଜେଫା ଶୈଖ୍ ନାମକ ଜଣେ ବାଳକ ଲିଫ୍ଟର ବାହାର ଓ ଭିତର ଦ୍ୱାର ମଧ୍ୟରେ ଫସି ଯାଇଥିଲା । ହେଲେ ଲିଫ୍ଟର ବଟମ୍ ଅନ୍ କରିଦେଇଥିବାରୁ ଲିଫ୍ଟ ଟି ଉପରକୁ ଚାଲିବା ଆରମ୍ଭ କରିଦେଇଥିଲା । ଏଥିରେ ନାବାଳକ ଜଣଙ୍କର ଶରୀର ଖଣ୍ଡ ବିଖଣ୍ଡିତ ହୋଇପଡିଥିଲା । ଏହାପରେ ୪ର୍ଥ ମହଲା ନିକଟରେ ବାଳକଟିର ଖଣ୍ଡ ବିଖଣ୍ଡିତ ଶରୀର ଲିଫ୍ଟର ଡକ୍ ମଧ୍ୟକୁ ଖସିପଡିଥିଲା
ପୁଲିସର ର ସୂଚନାରୁ ଜଣାପଡ଼ିଛି ଏଭଳି ଦୁର୍ଘଟଣା ଶନିବାର ମଧ୍ୟାହ୍ନ ୧୨.୪୫ ମିନିଟ୍ ରେ ଘଟିଥିଲା । ମହାରାଷ୍ଟ୍ରର ଧାରାବୀ ନିକଟ ପାଲବାଡୀ ଅଞ୍ଚଳରେ ରହୁଥିବା ହୋଜେଫା ଓ ତାଙ୍କର ୩ ଭଉଣୀ ଚତୁର୍ଥ ମହଲାକୁ ଯିବାକୁ ଲିଫ୍ଟ ଭିତରେ ପଶିଥିଲେ । ହେଲେ ଯେତେବେଳେ ଚତୁର୍ଥ ମହଲା ଆସିଲା ଅନ୍ୟ ୩ ଭଉଣୀ ଲିଫ୍ଟରୁ ବାହାରି ଗଲେ, ହେଲେ ହୋଜେଫା ଲିଫ୍ଟରୁ ବାହାରିବା ସମୟରେ ଲିଫ୍ଟ ଦ୍ୱାର ନିକଟରେ ଚାପି ହୋଇଯାଇଥିଲେ । ଏହା ପରେ ଲିଫ୍ଟ ଉପରକୁ ଯିବାକୁ ଲାଗିଲା ଓ ହୋଜେଫ୍ର ଶରୀର ଲିଫ୍ଟର ଧାରରେ ଖଣ୍ଡ ଖଣ୍ଡ ହୋଇ କଟିବାକୁ ଲାଗିଲା। ତୁରନ୍ତ ଅଗ୍ନିଶମ ବିଭାଗ ଓ ପୁଲିସକୁ ସୂଚନା ଦିଆଯାଇଥିଲା। ହେଲେ ସେମାନେ ପହଂଚି ହୋଜେଫ୍ କୁ ଉଦ୍ଧାର କରିବା ବେଳକୁ ହୋଜେଫ୍ ର ମୃତ୍ୟୁ ହୋଇସାରିଥିଲା ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0