ବାଣପୁର: ବାଣପୁର ବ୍ଲକ ଅଧୀନରେ ଥିବା ଭବାନୀ ପୁର ପଂଚାୟତ ଓ କୁମାରଂଗ ପଂଚାୟତ ଠାରୁ ଅଲଗା ହେବା ପର ଠାରୁ ଆଜି ପର୍ୟ୍ୟନ୍ତ ପଂଚାୟତ ଘର ସ୍ଥାୟୀ ହୋଇପାରିନି, କିନ୍ତୁ ଅସ୍ଥାୟୀ ଭାବେ ଭବାନୀପୁର ୱାର୍ଡ ରେ କାର୍ୟ୍ୟ ଚାଲୁଛି । ସେଠାକାର ଲୋକଙ୍କ କହିବା କଥା ଯେତେବେଳେ ଅସ୍ଥାୟୀ ପଂଚାୟତ କୁ ଯାଉଛନ୍ତି ପ୍ରାୟ ସମୟ ଚାବି ଝୁଲଥିବା ର ଦେଖୁଛନ୍ତି, ରାସନ ସାମଗ୍ରୀ ହେଉ ବା ଭାତିଆ ଟଙ୍କା ପାଇଁ ହେଉ ନାହିଁ ନଥିବା ଅବସ୍ଥା ଭୋଗିବାକୁ ପଡୁଛି । ତେଣୁ ମା ତାରିଣୀ ସ୍ଵୟ ସହାୟକ ଗୋଷ୍ଠୀ ତରଫରୁ ମହିଳା ମାନେ ଏକ ହୋଇ ସରପଞ୍ଚ ଙ୍କୁ ଓ ସମିତି ସଭ୍ୟ ଙ୍କୁ ଜଣାଇ ଛନ୍ତି । ଆଗାମୀ ଦିନ ବାଣପୁର ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରିବା ପାଇଁ କହିଛନ୍ତି । ଯଦି ଆଗାମୀ ସେମାନଙ୍କ କଥାକୁ କର୍ଣ୍ଣପାତ କରାନଯାଏ ବ୍ଲକ ଘେରାଉ ସହିତ ରାଜ ରାସ୍ତା କୁ ଓଲ୍ହାଇ ବେ ବୋଲି ମହିଳା ଗୋଷ୍ଠୀ ଚେତାବନୀ ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0