ଆନନ୍ଦପୁର: ଆଖି ସାମ୍ନାରେ ଜଳିଗଲା ୧୮ ବଖରା ଘର। ଜୀବନ ବଞ୍ଚାଇ ପାଇଁ ପରିବାର ଲୋକେ ଦୌଡି ପଳାଇଥିଲେ। ହେଲେ ରହିଯାଇଥିଲେ ଗୃହପାଳିତ ପଶୁ। ଭୟାବହ ଅଗ୍ନିକାଣ୍ଡରେ ୭ଟି ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହି ଅଗ୍ନିକାଣ୍ଡରେ ୨ଟି ପରିବାର ସମ୍ପୂର୍ଣ୍ଣ ସର୍ବହରା ହୋଇପଡିଛନ୍ତି। ଆନନ୍ଦପୁର ବ୍ଲକ ଦୁଡୁଗାଁରେ ଏଳଭି ଅଭାବନୀୟ ଘଟଣା ଘଟିଛି। ବର୍ତ୍ତମାନ କ୍ଷତିଗ୍ରସ୍ତ ପରିବାରଙ୍କ ନିକଟରେ ବ୍ଲକ ପ୍ରଶାସନ ପହଞ୍ଚିଛି।
ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଗୁହାଳ ଘରେ ନିଆଁ ଲାଗିଥିଲା। ନିଆଁରେ ପ୍ରକୋପ ଏତେ ଭୟଙ୍କର ଥିଲା ଯେ କିଛି ସମୟ ମଧ୍ୟରେ ଚାରିଆଡ଼େ ବ୍ୟାପି ଯାଇଥିଲା। ୧୦ ପରିବାର ୧୮ ବଖରା ଘର ପୋଡି ଜଳି ପାଉଁଶ ହୋଇଗଲା। ଏହି ଅଗ୍ନିକାଣ୍ଡରେ ୨ ଜଣ ବୃଦ୍ଧା ଆହତ ହୋଇଥିବା ଜଣାପଡିଛି। ଏହି ଘଟଣା ପରେ ମାନବିକତାର ପରିଚୟ ଦେଇଛନ୍ତି ଗାଁ ଲୋକେ। ରନ୍ଧା ଖାଦ୍ୟ କରି ଅଗ୍ନି ବିପନ୍ନମାନଙ୍କୁ ଦେଇଛନ୍ତି। ପ୍ରଶାସନ ସେମାନଙ୍କ ଥଇଥାନର ସହ ତୁରନ୍ତ କ୍ଷତିପୂରଣ ଭରଣ କରନ୍ତୁ ବୋଲି ଗାଁ ଲୋକେ ଦାବି କରିଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0