ସିଡନୀ: ଆନ୍ତର୍ଜାତୀକ କ୍ରିକେଟରେ ୨୨ ହଜାର ରନ ପୂରଣ କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ତେବେ ସିଡନୀରେ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜରେ ଭାରତ ପ୍ରଦର୍ଶନ ଦୁର୍ବଳ ରହିଛି । ଆଜିର ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ୩୯୦ ରନର ଏକ ବିଶାଳ ଟାଗେର୍ଟ ଦେଇଥିଲା । ଏହାର ଜବାବରେ ଭାରତୀୟ ଅଧିନାୟକ ବିରାଟ କୋହଲି ୮୯ ରନ କରିଥିଲେ । ଏହା ସହ ୨୨ ହଜାର ରନ ପୂରଣ କରିଥିଲେ । ଅନ୍ୟପଟେ କୋହଲି ଏପର୍ଯ୍ୟନ୍ତ ଟେଷ୍ଟରେ ୭୨୪୦, ଏକଦିବସୀୟରେ ୧୧୮୮୮ ଏବଂ ଟି-୨୦ରେ ୨୭୯୪ ରନ ସଂଗ୍ରହ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0