ଆଠଗଡ଼ : ହଜାର ହଜାର ଲିଟର ରନ୍ଧା ଦେଶୀ ମଦକୁ ନଷ୍ଟ କଲା ଅବକାରୀ ବିଭାଗ। ପାଣି ବହିଗଲା ରନ୍ଧା ଦେଶୀ ମଦ। କଟକ ଜିଲ୍ଲାପାଳ ଏବଂ କଟକ ଅବକାରୀ ବିଭାଗର ଅଧିକ୍ଷକ ନିର୍ଦ୍ଦେଶ କ୍ରମେ କଟକ ଏବଂ ଆଠଗଡ଼ ଅବକାରୀ ବିଭାଗର ୬ ଟି ଟିମ ମିଳିତ ଭାବେ ଆଠଗଡ଼ କୋରଙ୍ଗା ଗାଁରେ ଚଢ଼ାଉ ଜାରି ରହିଛି। ବିଲର ହିଡ ଓ ଜଙ୍ଗଲ ମଧ୍ୟରେ ଗଚ୍ଛିତ ଥିବା ହଜାର ହଜାର ଲିଟର ପୋଚ ଏବଂ ରନ୍ଧା ଯାଇଥିବା ଦେଶୀ ମଦ ଜବତ କରିବା ସହିତ ନଷ୍ଟ କରାଯାଉଛି । ସକାଳ ୮ ଟା ରୁ ଏହି ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଏହି ଚଢ଼ାଉ କରା ଯାଇଥିଲେ ମଧ୍ଯ ଚୋରା ଦେଶୀ ମଦ ମାଫିଆ ମାନେ ଖସି ଯାଉଛନ୍ତି, ଆଠଗଡ଼ର କୋରଙ୍ଗା ଗାଁ ଦେଶୀ ମଦର କୁଟୀର ଶିଳ୍ପ ପାଲଟି ଥିବା ବେଳେ ଏହି ଗାଁ ରୁ ଓଡ଼ିଶାର କୋଣ ଅନୁକୋଣକୁ ଚୋରା ଦେଶୀ ମଦ ପଠାଯାଇ ଥାଏ ବୋଲି ସୂଚନା ରହିଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0