spot_img

୧୫ ଡିଗ୍ରୀ ତଳେ ରାଜ୍ୟର ୧୧ ସହର

ଭୁବନେଶ୍ୱର :  ରାଜ୍ୟର ୧୧ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି । ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ତଳକୁ ଖସିପଡିଛି ।ସେହିପରି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ତାପମାତ୍ରା ୯.୫ ରେକର୍ଡ କରାଯାଇଛି । ଅନ୍ୟପଟେ ଅନୁଗୁଳ ୧୦.୬, ଫୁଲବାଣୀ ୧୧.୩, କେନ୍ଦୁଝର ୧୨, ବାରିପଦା ୧୨.୪, ଭବାନୀପାଟଣା ୧୨.୮, କୋରାପୁଟ ୧୩, ଝାରସୁଗୁଡ଼ା ୧୩.୨, ବଲାଙ୍ଗିର ୧୪ ଏବଂ କଟକରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ସେହିପରି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୧୬.୦ ଡିଗ୍ରୀ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular