ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୩୮ହଜାର ୭୭୨ନୂଆ ସଂକ୍ରମିତ ଚିହ୍ନଟ । ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪ଲକ୍ଷ ୩୧ହଜାର ୬୯୧ । ସେହପରି ଦିନକରେ ୭ ହଜାର ୪ସକ୍ରିୟ ସଂକ୍ରମିତ ରହିଥିବା ବେଳେ ମୋଟ ସକ୍ରିୟ ରହିଛନ୍ତି ୪ଲକ୍ଷ ୪୬ହଜାର ୯୫୨ ।
ସେହିପରି ଦେଶରେ ଦିନକରେ ୪୪୩ଜଣ କରୋନାରେ ପ୍ରାଣ ହରାଇଛନ୍ତି । ନୂତନ ମୃତକଙ୍କୁ ମିଶାଇ ମୋଟ ମୃତୁ୍ୟ ସଂଖ୍ୟା ୧ଲକ୍ଷ ୩୭ ହଜାର ୧୩୯କୁ ବୃଦ୍ଧି । ଅନ୍ୟପଟେ ଦେଶରେ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୪୫ହଜାର ୩୩୩ ଜଣ । ଏହି ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୮୮ଲକ୍ଷ ୪୭ହଜାର ୬୦୦ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0