ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କୋଭିଡ କଟକଣା ଯୋଗୁଁ କାର୍ତ୍ତିକ ଉତ୍ସବ ଫିକା । ବୋଇତ ବନ୍ଦାଣ ଉତ୍ସବ ବି ବନ୍ଦ ରହିଛି । ଚଳିତଥର ନଦୀ ଓ ଜଳାଶୟରେ ଡଙ୍ଗା ଭସା ଉପରେ କଟକଣା ଲଗାଇଛନ୍ତି ସରକାର ।
ମହାଧାର୍ମିକ କାର୍ତ୍ତିକ ମାସର ଶେଷ ଦିନ ଥିବାରୁ ଶ୍ରୀକ୍ଷେତ୍ରର ମହୋଦାଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ଓ ବୁଡ଼ ପକାଇବା ପାଇଁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। କିନ୍ତୁ କରୋନା ସଂକ୍ରମଣ କାରଣରୁ ଚଳିତବର୍ଷ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଶ୍ରୀକ୍ଷେତ୍ରର ମହୋଦାଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ଉପରେ କଟକଣା ଲଗାଯାଇଛି। ଏସବୁ ସ୍ଥାନରେ ପୋଲିସ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯିବ।ଲୋକମାନେ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ସେପଟେ ପର୍ଯ୍ୟଟକ ତଥା ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଣେ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୫୦ ଅଫିସର ମୁତୟନ ରହିଛନ୍ତି। କରୋନା ମହାମାରୀ ଯୋଗୁଁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବା ଯୋଗୁଁ ଭକ୍ତ ମାନେ ଶୃଙ୍ଖଳାର ସହ ପତିତପାବନଙ୍କ ଦର୍ଶନ କରିବା ପାଇଁ ଏସପି କନୱର ବିଶାଲ ସିଂହ ଅନୁରୋଧ କରିଛନ୍ତି। ସେପେଟେ ଭୁବନେଶ୍ବର ସ୍ଥିତ ପବିତ୍ର ପୁଷ୍କରିଣୀ ବିନ୍ଦୁ ସାଗର ରେ ବୁଡ଼ ସହ ଡଙ୍ଗା ଭସାଣୀ ଉପରେ ରୋକ୍ ଲଗାଯାଇଛି। ସମସ୍ତ ଘାଟ ଏବଂ ପୋଖରୀରେ ପୋଲିସ ମୁତୟନ ରହିଛନ୍ତି।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0