ପୁରୀ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହେବ। ମହାଧାର୍ମିକ କାର୍ତ୍ତିକ ମାସର ଶେଷ ଦିନ ଥିବାରୁ ଶ୍ରୀକ୍ଷେତ୍ରର ମହୋଦାଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ଓ ବୁଡ଼ ପକାଇବା ପାଇଁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। କିନ୍ତୁ କରୋନା ସଂକ୍ରମଣ କାରଣରୁ ଚଳିତବର୍ଷ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଶ୍ରୀକ୍ଷେତ୍ରର ମହୋଦାଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ଉପରେ କଟକଣା ଲଗାଯାଇଛି। ଏସବୁ ସ୍ଥାନରେ ପୋଲିସ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି।
ସେହିପରି ସୁବାଷ ବୋସ ଛକ ଏବଂ ସମୁଦ୍ରକୂଳ ଥାନା ପାଖରେ ପୋଲିସ ପକ୍ଷରୁ ବ୍ଲକ୍ କରାଯାଇ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ରକୂଳ ଛଡାଯାଉନାହିଁ। ଲୋକମାନେ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସେପଟେ ପର୍ଯ୍ୟଟକ ତଥା ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଣେ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୫୦ ଅଫିସର ମୁତୟନ ଅଛନ୍ତି। କରୋନା ମହାମାରୀ ଯୋଗୁଁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବା ଯୋଗୁଁ ଭକ୍ତ ମାନେ ଶୃଙ୍ଖଳାର ସହ ପତିତପାବନଙ୍କ ଦର୍ଶନ କରି ଅଶେଷ ପୁଣ୍ୟ ଲାଭ କରୁଛନ୍ତି।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0