କଟକ: ପୁଣି ଆଜି କଟକରୁ ନକଲି ଘିଅ କମ୍ପାନୀ ଠାବ କରାଯାଇଛି । ଜଗତପୁର ନୂତନ ଶିଳ୍ପାଞ୍ଚଳରେ ଏହି ନକଲି ଘିଅ କମ୍ପାନି ଠାବ କରାଯାଇଛି। କମିସନରେଟ ପୁଲିସ ପକ୍ଷରୁ ଚଢ଼ଉ ଜାରି ରହିଛି। ପାଖାପାଖି ଏକ କୋଟିରୁ ଅଧିକ ଟଙ୍କାର ନକଲି ଘିଅ, ନାମୀଦାମୀ କମ୍ପାନିର ଲୋଗୋ ଓ ପ୍ୟାକିଂଗ ସାମଗ୍ରୀ ଜବତ କରାଯାଇଛି। ବହୁ ବର୍ଷ ଧରି କମ୍ପାନି ଚାଲି ଆସୁଥିଲା।ଜଗତପୁର ଥାନା ପୁଲିସ ଅଧିକାରୀ ରବୀନ୍ଦ୍ରନାଥ ମେହେର, ମାଲଗୋଦାମ ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ , କଟକ ଜୋନ୍-୧ ଏସିପି ଅମରେନ୍ଦ୍ର ପଣ୍ତାଙ୍କ ମିଳିତ ଉଦ୍ୟମରେ ଚଢ଼ଉ କରାଯାଇଥିଲା। ଘଟଣା ସ୍ଥଳରେ କଟକ ଡ଼ିସିପି ପ୍ରତୀକ୍ ସିଂହ ପହଞ୍ଚି ଯାଞ୍ଚ ଜାରି ରଖିଥିବାବେଳେ ଏହା ପଛରେ ଏକ ବଡ଼ ରାକେଟ ଚାଲିଥିବା ସୂଚନା ମିଳିଛି। ଏହି ମାମଲାରେ ପୁଲିସ୍ ଦୁଇଜଣଙ୍କୁ ଅଟକ ରଖିଥିବାର ଖବର ମିଳିଛି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0