spot_img

କରଞ୍ଜିଆରେ ଥମୁନି ହାତୀ ଆତଙ୍କ

କରଞ୍ଜିଆ : କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । ଦେଢ଼ ମାସ ହେଲା ୨୨ ଟିକିଆ ଝାରଖଣ୍ଡି ହାତୀପଲ କରଞ୍ଜିଆ ବନଖଣ୍ଡରେ ଉପଦ୍ରବ ଜାରି ରଖିଛନ୍ତି । ଦିନ ବେଳେ ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ସଞ୍ଜ ହେଲେ ଜନ ବସତି ମୁହାଁ ହେଉଛନ୍ତି ଏବଂ ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଦେଢ଼ ମାସ ହେଲାଣି ବନ ବିଭାଗ ହାତୀ ପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ ବି ହାତୀ ପଲଙ୍କୁ ଘଉଡ଼ାଇ ପାରିନାହାନ୍ତି ।  କରଞ୍ଜିଆ ବନଖଣ୍ଡରେ ରହଣି ଭିତରେ ଗୋଟାଏ ହାତୀ ଛୁଆ ମଧ୍ୟ ଜନ୍ମ ହୋଇଛି ଏବଂ ସଂଖ୍ୟା ବୃଦ୍ଧି ପାଇ ୨୩ ରେ ପହଁଚିଛି । ହାତୀ ଆତଙ୍କରେ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular