spot_img

କରୋନା ପାଇଁ ଫିକା ପଡିଲା ପୀର ଜାହାନିଆ ବାଲିଯାତ୍ରା 

ଅସ୍ତରଙ୍ଗ: ଆଜି ହେଉଛି ପବିତ୍ର କାର୍ତିକ ପୁର୍ଣିମା l ଏହି କାର୍ତିକ ପୂର୍ଣ୍ଣିମା ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀର ଜାହାନିଆ ଏକ ସୁନ୍ଦର ପର୍ୟ୍ୟଟନ ସ୍ଥଳୀ lଏଠାରେ ପର୍ୟ୍ୟଟକଙ୍କର ବଣ ଭୋଜୀ ସହ ବେଳା ଭୂମି ରେ ସ୍ନାନ କରିବା ନିଆରା ମଜା ରହିଥାଏ l କିନ୍ତୁ ବହୁ ବର୍ଷ ଧରି କାର୍ତିକ ପୂର୍ଣ୍ଣିମା ରେ ଶେଷ ଦିନ ପୀର ଜାହାନିଆ ପୀଠ ରେ ଦୁଇ ଦିନ ଧରି ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ l ଏହାକୁ ଅପେକ୍ଷା କରି ରହିଥାନ୍ତି ପର୍ୟ୍ୟଟକ ଙ୍କସହ ଏହି ବାଲିଯାତ୍ରା ରେ ବ୍ୟବଶାୟୀ କରି ପେଟ ପୋଷୁଥିବା ବ୍ୟବ ଶାୟୀ l କିନ୍ତୁ କରୋନା ମହାମାରୀ ପର୍ୟ୍ୟଟକ ଓ ବ୍ୟବଶାୟୀ ମଧ୍ୟ୍ୟ ରେ ବାଧକ ସାଜିଛି l ବିଭିନ୍ନ ଦୂର ଦୁରାନ୍ତ ରୁ ପର୍ୟ୍ୟଟନ ସ୍ଥଳୀ ପୀର ଜାହାନିଆ ପୀଠ କୁ ବୁଲିଆସନ୍ତି ଏହି କାର୍ତିକ ପୂର୍ଣ୍ଣିମା ଶେଷ ଦିନ ବାଲିଯାତ୍ରା ର ମଜା ନେବା ସହ ସମୁଦ୍ର ରେ ସ୍ନାନ କରିବା ପାଇଁ l କିନ୍ତୁ ମହା ମାରି ପାଇଁ ପ୍ରଶାସନ ତରଫରୁ ବାଲିଯାତ୍ରା ବନ୍ଧହୋଇଛି l ଛୁରିଆନା ସରପଞ୍ଚ ଙ୍କର ପ୍ରତିନିଧି ନିଜେ ଉପସ୍ଥିତ ରହି କାହାକୁ ପ୍ରବେଶ ମଧ୍ୟ୍ୟ ଦେଉନାହାନ୍ତି l

 

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular