spot_img

ଜଳେଶ୍ୱର ସହର ସଟ୍ଡ଼ାଉନ୍

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୌରାଚଂଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଜଳେଶ୍ୱର ସହରକୁ ୮ ଦିନ ସଟ୍ଡ଼ାଉନ୍ ଘୋଷଣା କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ । ଆଜି ସକାଳେ ୫ଟାରୁ ୨୭ ତାରିଖ ସକାଳ ୭ଟା ଯାଏ ଏହି ସଟ୍ଡ଼ାଉନ୍ଘୋଷଣା କରାଯାଉଛି ।

ଏହି ସମୟରେ ମେଡିକାଲ, ଓ ଦୁଗ୍ଧ ଯୋଗାଣ କେନ୍ଦ୍ର ଛାଡ଼ି ବାକି ସବୁ ଦୋକାନ ବଜାର ବନ୍ଦ ରହିବ । ସଟ୍ଡ଼ାଉନ୍ ସମୟରେ ଲୋକମାନଙ୍କୁ ଘରୁ ନବାହାରିବା ପାଇଁ କୁହାଯାଇଛି । କେହି ବାହାର ଲୋକ ସହର ଭିତରକୁ ଆସିବାକୁ ବାରଣ କରାଯାଇଥିବା ବେଳେ ଓ ସହର ଲୋକଙ୍କୁ ମଧ୍ୟ ବାହାରକୁ ଯିବାକୁ ମନା କରାଯାଇଛି । ସୂଚନାଯୋଗ୍ୟ, ଜଳେଶ୍ୱର ପୌରାଚଂଳରେ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭ ପହଚିଂଯାଇଛି । ସେମାନଙ୍କ ମଧ୍ୟରୁ ୧୧୯୩୭ଜଣ ସୁସ୍ଥ ହୋଇସାରିଥିବା ବେଳେ ୫୩୧୮ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ କରୋନା ୯୧ ଜଣଙ୍କର ମୃତୁ୍ୟ ଘଟିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular