ବାଲିପାଟଣା- ବାଲିପାଟଣା ମୁଖ୍ୟ ରାସ୍ତାର ପଞ୍ଚାୟତ ରୋଡ଼ ଛକ ଦୁଲ୍ଲଦେବୀ ମନ୍ଦିର ନିକଟରେ ଆଜି ସଡ଼କ ଦୁର୍ଘଟଣା ହୋଇଛି l ଏହି ଦୁର୍ଘଟଣା ରେ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି l ସୂଚନାନୁଯାୟୀ ୪ ଜଣ ଯୁବକ ପଲସର ଓ ସ୍କୁଟିରେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ l ଦୃତଗତିରେ ଆସୁଥିବା ପଲସରଟି ସ୍କୁଟିର ପଛପଟୁ ଧକ୍କା ଦେଇଥିଲା l ଫଳରେ ଦୁଇଟିଯାକ ଗାଡ଼ିରୁ ଛିଟିକିପଡି ୪ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି l ଆହତମାନେ ହେଲେ ବାଲିପାଟଣା ଥାନା ଅଞ୍ଚଳର ଶିବରାଜ ମହାରଣା, ସଞ୍ଜୟ ସ୍ୱାଇଁ, ସାହେବନଗରର ବାଦଲ ବାରିକ ଏବଂ ଜିତେନ୍ଦ୍ର ବେହେରା କ୍ଷ ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ଡକାଇ ଚିକିତ୍ସାଲାଗି ସେମାନଙ୍କୁ ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ l ଖବର ପାଇଁ ବାଳକାଟୀ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ଓ ସ୍କୁଟି କୁ ଥାନାକୁ ନେଇଥିଲେ l



Visitors Today : 5
Total Visitors : 130174
Total Views : 9891621
Visitors Online Now : 0