ଅସ୍ତରଙ୍ଗ: ଧର୍ମ ମାସ କାର୍ତ୍ତିକ ଯୋଗୁଁ ମାସେ ହେଲା ଆମିଷ ଖାଇ ନ ଥିବା ଯୋଗେ ଆଜି ଆମିଷ ଆଣିବା ପାଇଁ ସକାଳୁ ଅସ୍ତରଙ୍ଗ ମାଛ ମାର୍କେଟ ରେ ଭିଡ଼ ଜମାଇଦେଇ ଥିଲେ l ଏଥର ଛାଡ ଖାଇ ମଙ୍ଗଳ ବାର ପଡିଛି l ଯାହା କି ଗହଳି ଦେଖା ଦେଲେ ମଧ୍ୟ୍ୟ ଗ୍ରାହକ ମାଛ କିଣି ବାକୁ କୁଣ୍ଠାବୋଧ କରିଥିଲେ lସକାଳୁ ସକାଳୁ ଆମିଷ ମାର୍କେଟ ଅସ୍ତରଙ୍ଗ ମାଛ ମାର୍କେଟ ,ଆଳସାହି ମାଛ ଗୋଦାମ ଆମିଷ ବଜାର ରେ ଭିଡ଼ ଲାଗିଲାଣି l ଏହା କୁ ଆଖି ଆଗରେ ରଖି ଆଜି ଆମିଷ ବଜାର ବି ଚଳ ଚଞ୍ଚଳlସବୁ ଠାରୁ ମାଛ ପାଇଁ ପ୍ରସିଦ୍ଧ ଅସ୍ତରଙ୍ଗ ଅଂଚଳ ର ଅସ୍ତରଙ୍ଗ ମାଛ ମାର୍କେଟ ଓ ନଗର ଛକ ,ଆଳସାହି ଗୋଦାମ ରେ ଗ୍ରାହକ ଙ୍କ ଅପେକ୍ଷା ରାତିରୁ ବ୍ୟବଶାୟୀ ଙ୍କ ର ଭିଡ଼ଜମିବା ସହିତ ଲୋକ ଙ୍କର ଭିଡ଼ ପରିଲିଖିତ ହୋଇଛି l ଅନ୍ୟ ଦିନ ଅପେକ୍ଷା ଆମିଷ ର ଚାହିଦା ଥିବାରୁ ଦର କିଛି ଟା ଅଧିକ ରହିଛି , ବ୍ୟବଶାୟୀ ମାନେ ବି ଲୋକ ଙ୍କ ଚାହିଦା କୁ ଆଖି ଆଗରେ ରଖି ଅଧିକ ପରିମାଣ ର ମାଛ ଆମଦାନୀ କରି ଛନ୍ତି .ସେହିପରି ବିଭିନ୍ନ ହୋଟେଲ ,ଫାଷ୍ଟ ଫୂଡ଼ ଦୋକାନ ରେ ଲୋକ ଙ୍କର ଭିଡ଼ ଦେଖିବାକୁ ମିଳିବ l ଯାହା କୁ ଆଖି ଆଗରେ ରଖି କିଛି ହୋଟେଲ ରେ ସ୍ୱତନ୍ତ୍ର ଆୟୋଜନ ମଧ୍ୟ୍ୟ ହୋଇଛି l ବ୍ୟବଶାୟୀ ମଧ୍ୟ୍ୟ ଆଶା ରେ ଅଛନ୍ତି ଭଲ ବେପାରହେବ ବୋଲି l



Visitors Today : 1
Total Visitors : 130170
Total Views : 9891616
Visitors Online Now : 0