ଯାଜପୁର : ଝୁରୁଛି ଗାଁ ଝୁରୁଛି ପରିବାର, ଉଜୁଡ଼ି ଗଲା ହସ ଖୁସିର ସଂସାର, ଦୁନିଆ ଦେଖିବା ଆଗରୁ ହୋଇଗଲେ ବେସାହାରା,ଆପଣାର ବିଛେଦରେ କୁହୁଳି କୁହୁଳି କାନ୍ଦୁଛି ପାଞ୍ଚ ପରାଣୀ କୁଟୁମ୍ବ,ଦୀକ୍ ଦୀକ୍ ହୋଇ ଜଳୁ ଥିବା ଭବିଷ୍ୟତ ବର୍ତ୍ତମାନ ଅନ୍ଧାରରେ, କଥା ଦେଇ କଥା ରଖିପାରିଲେନି ଶତ୍ରୁଘ୍ନ ।ଆମେ କହୁଛୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ପତରାଜପୁର ଗ୍ରାମର ଶତ୍ରୁଘ୍ନ ବେହେରାଙ୍କ କଥା ।।ଯିଏକି ବାଲିଚନ୍ଦ୍ରପୁର ଥାନାରେ ହୋମଗାର୍ଡ ଭାବରେ କର୍ୟ୍ୟ କରି ଆସୁଥିଲେ ।।ସେଥିରୁ ଯାହା ଦରମା ମିଳେ ସୁଖ ଶାନ୍ତିରେ ପରିବାର ଚଳିଯାଏ ।ମାତ୍ର ଦୁଇ ବର୍ଷ ତଳେ ଶତ୍ରୁଘ୍ନ ନିଜର ଡୁଟି ସାରି ଘରେ ପହଞ୍ଚିଲା ପରେ ହୃଦଘାତ ହେଲା ଏବଂ ମୃତ୍ୟୁ ମଧ୍ୟ ହୋଇଗଲା ।ହେଲେ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଶତ୍ରୁଘ୍ନଙ୍କ ପରିବାରକୁ ଏପର୍ୟ୍ୟନ୍ତ ନାଁ ମିଳିପାରିଲା ଅନୁକମ୍ପା ରାଶି ନାଁ ମିଳିପାରିଲା ପରିବାରର ଜଣେ ସଦସ୍ୟକୁ ଚାକିରି ।

ଶତ୍ରୁଘ୍ନଙ୍କ ପରିବାର କହିଲେ ବିଧବା ସ୍ତ୍ରୀ, ଦୁଇଟି ପୁଅ ଓ ତିନୋଟି ଝିଅ ।ରୋଜଗାରିଆ ଲୋକଙ୍କୁ ହରାଇ ସାରାପରିବାର ଆଜି ପେଟ ଭୋକ ପିଠିରେ ଲଦି ସମୟ କାଟୁଛନ୍ତି । ଏଭଳି କଠିନ ପରିସ୍ଥିତିରେ ଶତ୍ରୁଘ୍ନଙ୍କ ପରିବାର ବାରମ୍ବାର ଏସ୍.ପି ଅଫିସ୍, ବଡଚଣା ବିଧାୟକଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।।ଏଠାରେ ମନକୁ ଗୋଟେ ପ୍ରଶ୍ନ ଗୃହ ବିଭାଗ ଖୋଦ୍ ମୁଖିଆଙ୍କ ହାତରେ ଥିବାବେଳେ ନିରୀହ ଲୋକଙ୍କୁ ନ୍ୟାୟ ମିଳିବାରେ ଏତେ ବିଳମ୍ବ କାହିଁକି । ରାଜ୍ୟ ସରକାରଙ୍କ ଏହି ଭଳି ଦୋଗଲା ନୀତି,ସ୍ଥାଣୁ ପ୍ରଶାସନ ଯୋଗୁ ଶତ୍ରୁଘ୍ନ ପରିବାର ଭଳି କେତେଯେ ପରିବାର ଆଖିରୁଲୁହ ଝରାଉ ଥିବେ ତାହା କଳନା କରିବା ଅସମ୍ଭବ ।।ଆମ ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0