spot_img

ଆଜିଠୁ ସମସ୍ତ ରୁଟ୍‌ରେ ଗଡିବ ମୋ ବସ୍‌

ଭୁବନେଶ୍ବର: ଆଜିଠୁ ସମସ୍ତ ରୁଟ୍‌ରେ ଗଡିବ ମୋ ବସ୍‌। କେବଳ ରୁଟ୍‌ ନମ୍ବର ୨୯କୁ ଛାଡି ବାକି ୨୨ଟି ରୁଟ୍‌ରେ ୧୪୪ଟି ବସ୍‌ ଚାଲିବ। ପୂର୍ବରୁ ପର୍ଯ୍ୟାୟକ୍ରମେ ମୋ ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଥିବାବେଳେ ରାଜ୍ୟ ସରକାରଙ୍କ ଅନଲକ୍‌-୭ ଗାଇଡ୍‌ଲାଇନ୍‌ରେ ସମସ୍ତ ରୁଟ୍‌ରେ ମୋ ବସ୍‌ ଗଡିବାକୁ ଅନୁମତି ଦିଆଯାଇଛି।ପୂର୍ବରୁ କରୋନା କଟକଣା ଯୋଗୁଁ ରାଜ୍ୟରେ ମୋ ବସ୍‌ ସେବା ବନ୍ଦ ଥିଲା। ପ୍ରତିଦିନ ହଜାର ହଜାର ଲୋକ ଯାତାୟତ ପାଇଁ ମୋ ବସ୍‌ ଉପରେ ନିର୍ଭର କରୁଥିବାବେଳେ ଲକ୍‌ଡାଉନ୍‌ ଆରମ୍ଭରୁ ମୋ ବସ୍‌ ଚଳାଚଳ ଉପରେ କଟକଣା ଲଗାଯାଇଥିଲା। ଏହାପରେ ପ୍ରଥମ ପର୍ଯ୍ୟାୟରେ ୭ଟି ଦ୍ୱିତୀୟ ପର୍ଯ୍ୟାୟରେ ୮ଟି ଓ ତୃତୟୀ ପର୍ଯ୍ୟାୟରେ ୧୦୯ଟି ବସ୍‌ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା। କୋଭିଡ୍‌ ନିୟମ ପାଲନ ସହ ସମସ୍ତ ବସ୍‌ ଚଳାଚଳ କରିବ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular