spot_img

ଡିସେମ୍ବର ପାଇଁ ନୂଆ ଗାଇଡଲାଇନ ଜାରି, ହେବନି ଶିଶିର ସରସ ଓ ତୋଷାଳୀ ମେଳା

ଆଜିଠାରୁ ରାଜ୍ୟରେ ଲାଗୁ ହେଲା ନୂଆ ଗାଇଡଲାଇନ । କରୋନା କଟକଣା ନେଇ ମାର୍ଗଦର୍ଶିକା ଜାରି କରଛନ୍ତି ରାଜ୍ୟ ସରକାର । ପୂର୍ବ ପରି ଡିସେମ୍ବର ମାସରେ ମଧ୍ୟ ସିନେମା ହଲ ଓ ସ୍ୱିମିଙ୍ଗ ପୁଲ ବନ୍ଦ ରହିବ । ସେପଟେ ମନ୍ଦିର ଖୋଲିବା ନିଷ୍ପତ୍ତି, ସ୍ଥାନୀୟ ପ୍ରଶାସନ ଉପରେ ଦିଆଯାଇଛି । ପୂର୍ବପରି ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା ଜାରି ରହିଛି । କୈାଣସି ପ୍ରକାର ବଡ ଧରଣର ସାମାଜିକ, ରାଜନୈ÷ତିକ ତଥା କ୍ରୀଡା କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ବାହାଘରରେ ସର୍ବାଧ୍ଚଳ ୨ ଶହ ଲୋକ ସାମିଲ ହୋଇପାରିବେ । ସେହିପରି ଅନ୍ତିମ ସଂସ୍କର କାର୍ଯ୍ୟକ୍ରମରେ ୫୦ ଜଣ ସାମିଲ ନେଇ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି । ତୋଷାଳୀ କ୍ରାଫ୍ଟ ମେଳା, ଶିଶିର ସରସ ଏବଂ କ୍ଲବରେ ବଡ ସମାବଶକୁ ମନା କରାଯାଇଛି । ଡିସେମ୍ବର ୩୧ ଯାଏଁ ଅଙ୍ଗନୱାର୍ଡି କେନ୍ଦ୍ର ବନ୍ଦ ରହିବ । କିନ୍ତୁ ଡିସେମ୍ବର ୧ ରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ସ୍କୁଲ ଖୋଲିବା ନିଷ୍ପତି ସ୍କୁଲ ଓ ଗଣଶିକ୍ଷା ବିଭାଗ ନେବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି । ସମସ୍ତ ବୈଷୟିକ ଓ ଦକ୍ଷତା ବିକାଶ କେନ୍ଦ୍ର ଡିସେମ୍ବର ୩୧ ଯାଏଁ ବନ୍ଦ ରହିବ ବୋଲି କହିଛନ୍ତି ରାଜ୍ୟ ସରକର । ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ କରୋନା କଟକଣା ପାଳନ କରିବେ । ବିଉଟି ପାର୍ଲର, ସ୍ପା, ସେଲୁନ୍ ଆଦି ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ସର୍ବସାଧାରଣରେ ଛେପ ପକାଇବା, ପାନ, ଗୁଟକା, ମଦ ପାନ କରିବା ଉପରେ ମଧ୍ୟ କଟକଣା ରହିଛି । ନିୟମ ନମାନିଲେ ଆଇନ ଅନୁଯାୟୀ ଫାଇନ ଆଦାୟ କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଓ ଘରୋଇ ପ୍ରତିଷ୍ଠାନରେ କୋଭିଡ ନିୟମ କଡାକଡି ପାଳନ ହେବ । ସେପଟେ କଣ୍ଟେନମେଣ୍ଟ ବା ଅବରୋଧ ଅଞ୍ଚଳରେ ଲକଡାଉନ ଜାରି ରହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular