spot_img

ଆଜିଠୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ଆଜିଠୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ। କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବା ସହ ସାମାଜିକ ଦୂରତାକୁ ରକ୍ଷା କରି ମେଡିକାଲ କଲେଜ ଖୋଲାଯିବ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ ନିୟମକୁ ପାଳନ କରିବା ପାଇଁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି । ଅନ୍ୟପଟେ ସ୍କୁଲ ଖୋଲିବା ନେଇ ନିଷ୍ପତି ସ୍କୁଲ ଓ ଗଣଶିକ୍ଷା ବିଭାଗ ନେବ ବୋଲି ଗାଇଡଲାଇନରେ କୁହାଯାଇଛି । ବିଶେଷ କରି ନବମରୁ ଦ୍ୱାଦଶ ଯାଏଁ ଶିକ୍ଷାନୁଷ୍ଠାନ ଖୋଲିବା ବାବଦରେ ନିଷ୍ପତି ନେବ ଗଣଶିକ୍ଷା ବିଭାଗ । ସେହିପରି କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତି ନେବ ବୋଲି କୁହାଯାଇଛି । ତେବେ ଏଥିପାଇଁ ଏସଓପି ଜାରି କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular